Odisha Link
Bridging the Missing Links in Odisha

ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ନିଯୁକ୍ତ ପାଇବେ ୧୪୦୩ ଡାକ୍ତର। ଏନେଇ ଓପିଏସ୍‌ସି ସମସ୍ତ କୃତୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ପୂର୍ବରୁ ଓପିଏସ୍‌ସି ପକ୍ଷରୁ ଏନେଇ ୨୦୧୯/୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୧୪୦୩ ଡାକ୍ତର ନିଯୁକ୍ତ ହେବା ପରେ ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା କିଛି ମାତ୍ରାରେ କମିବ ବୋଲି ଆଶା କରାଯାଉଛି। ସାଧାରଣ ବର୍ଗର ୧୩୫୮, ଏସ୍‌ଇବିସିର ୧୩୬, ଏସ୍‌ସି ୭୦୯ ଓ ଏସ୍‌ଟି ୧୦୭୫କୁ ମିଶାଇ ସମୁଦାୟ ୩୨୭୮ଟି ପଦବି ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତହିଁରେ ୧୦୯୨ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଥିଲା।

Comments are closed.