ଚିଲିକାରେ ଡଙ୍ଗା ଯାଞ୍ଚ ପ୍ରକ୍ରିୟା ଆରମ୍ଭ

ଖୋର୍ଦ୍ଧା: ଚିଲିକାରେ ଡଙ୍ଗା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଚନ୍ଦ୍ରାପୁଟରୁ ସମସ୍ତ ଡଙ୍ଗାର ଫିଟନେସ୍ ସହ କାଗଜପତ୍ର ଯାଞ୍ଚ ହେବ। ମତ୍ସ୍ୟ ବିଭାଗର ଡିଏଫଓଙ୍କ ନେତୃତ୍ବରେ ଯାଞ୍ଚ କାମ ଚାଲିଛି। ଚିଲିକା ମଝିରେ ଡଙ୍ଗା ବୁଡ଼ିବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖା ଦେଇଛି।
ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ କାଳିଯାଈ ପୀଠରୁ ଭୋଜି ସାରି ଗୋଟିଏ ମାଛଧରା ଡଙ୍ଗାରେ ୧୭ ଜଣ ଫେରୁଥିବା ବେଳେ ମଝି ଚିଲିକାରେ ଡଙ୍ଗାଟି ବୁଡ଼ି ଯାଇଥିଲା। ସେମାନଙ୍କ ପଛରେ ଆସୁଥିବା ଅନ୍ୟ ଏକ ଡଙ୍ଗାର ଯାତ୍ରୀ ବୁଡିଯାଉଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ବାରମ୍ବାର ଏପରି ଘଟଣା ଘଟୁଥିବା ବେଳେ ଏହାର ପୁଙ୍ଗାନୁପୁଙ୍ଖ ତଦନ୍ତ ହେବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।