Odisha Link
Bridging the Missing Links in Odisha

ଦିଲ୍ଲୀ ନିର୍ବାଚନ: ଭୋଟ ପାଇଁ ମାଗଣା ବିମାନ ଟିକଟ

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ୮ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏନେଇ ସବୁ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ଅଭିଯାନକୁ ଜାରି ରଖିଥିବା ବେଳେ ନିର୍ବାଚନରେ ଭୋଟ ନିମନ୍ତେ ପ୍ରଦାନ କରାଯାଉଛି ମାଗଣା ବିମାନ ଟିକଟ। ସ୍ପାଇସ ଜେଟ ନାମକ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଏନେଇ ଘୋଷଣା କରିଛି। ଭୋଟ ଦେବାକୁ ଆସୁଥିବା ଯାତ୍ରୀଙ୍କୁ ମାଗଣା ବିମାନ ଟିକଟ ଦେବାକୁ ଘୋଷଣା କରିଛି ସ୍ପାଇସ ଜେଟ। ସ୍ପାଇସ ଜେଟ ପକ୍ଷରୁ କୁହାଯାଇଛି ଯେ, ଯେଉଁ ବ୍ୟକ୍ତିମାନେ ଭୋଟ ପାଇଁ ଦିଲ୍ଲୀ ଆସିବେ ସେମାନଙ୍କୁ ମାଗଣା ଟିକଟ ଦିଆଯିବ। ଏନେଇ କେବଳ ଯାତ୍ରୀଙ୍କୁ ଯାତ୍ରା କର ଓ ସରଚାର୍ଜ ହିଁ ଦେବାକୁ ପଡିବ ତେବେ ସୀମିତ ସଂଖ୍ୟାରେ ଏହି ମାଗଣା ଟିକଟ ଦିଆଯିବ ବୋଲି ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି।

ଏଥିପାଇଁ ଯାତ୍ରୀଙ୍କୁ ପ୍ରଥମେ ଅନଲାଇନ ମାଧ୍ୟମରେ ରେଜିଷ୍ଟ୍ରେସନ କରିବାକୁ ପଡିବ ଓ କମ୍ପାନୀର ଅନ୍ତରୀଣ କମିଟି ହିଁ କାହାକୁ ମାଗଣା ଟିକଟ ଦିଆଯିବ ସେ ନେଇ ବିଚାର କରିବ। ବିମାନ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଭୋଟରଙ୍କୁ ୩୧ ଜାନୁୟାରୀରୁ ଆସନ୍ତା ଫେବୃୟାରୀ ୫ ତାରିଖ ମଧ୍ୟରେ ଏହି ରେଜିଷ୍ଟ୍ରେସନ କରିବାକୁ ପଡିବ। ଟିକଟ ପାଇବାକୁ ଥିବା ଯାତ୍ରୀଙ୍କୁ ଫେବୃୟାରୀ ୬ ତାରିଖରେ ସେମାନଙ୍କ ଯାତ୍ରା ସମ୍ପର୍କରେ ଜଣାଇ ଦିଆଯିବ। ଚୟନ ହୋଇଥିବା ଯାତ୍ରୀଙ୍କୁ ଫେବୃୟାରୀ ୭ ତାରିଖରେ କିମ୍ବା ୮ ତାରିଖରେ ବିମାନରେ ଯାତ୍ରା କରିବାକୁ ପଡିବ। ଏଥିସହ ମତଦାନ ଦେବା ପରେ ଫେସବୁକ ଓ ଟ୍ୱିଟର ଆକାଉଣ୍ଟରେ ସ୍ପାଇସ ଡେମୋକ୍ରସି ସମ୍ବଳିତ ଏକ ହାସଟ୍ୟାଗ ଲେଖି ସେଲ୍ଫି ଅପଲୋଡ଼ କରିବାକୁ ପଡିବ।

Comments are closed.