Odisha Link
Bridging the Missing Links in Odisha

ଗାନ୍ଧିଜୀ ଆପଣଙ୍କ ପାଇଁ ଟ୍ରେଲର ଆମ ପାଇଁ ଜୀବନ : ମୋଦୀ

ନୂଆଦିଲ୍ଲୀ: ଲୋକସଭାରେ ରା‌ଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ବିରୋଦୀଙ୍କୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ମୋଦୀ କହିଛନ୍ତି, ଯଦି ଆପଣଙ୍କ ହିସାବରେ ଯାଇଥାନ୍ତୁ , ଆଜି ବି ତିନି ତଲାକ ଡରାଉଥାନ୍ତା। ଆପଣଙ୍କ ହିସାବରେ ଯାଇଥିଲେ, ଦୁଷ୍କର୍ମୀଙ୍କୁ ଫାଶି, ରାମ ମନ୍ଦିର ସ୍ବପ୍ନ ଥାନ୍ତା। କଂଗ୍ରେସ ଭଳି କାମ କରିଥିଲେ, କାଶ୍ମୀରରୁ କେବେ ବି ୩୭୦ ହଟି ନଥାନ୍ତା। ଆମେ ସାହସ ଦେଖାଇ ନଥିଲେ, ଦେଶକୁ ଅନେକ ସମସ୍ୟା ଜୁଝିବାକୁ ପଡିଥାନ୍ତା। କଂଗ୍ରେସ ଭଳି ଶାସନ କରିଥିଲେ, ଦେଶ ସେମିତି ଫଛରେ ପଡି ରହିଥାନ୍ତା। ସରକାରଙ୍କ ଗତି ବଢିନଥିଲେ, ୩୬ କୋଟି ଲୋକଙ୍କ ବ୍ୟାଙ୍କ ଖାତା ଖୋଲି ନଥାନ୍ତା। ଗତି ବଢି ନଥିଲେ ୧୩ କୋଟି ଗରିବଙ୍କ ଘରେ ଗ୍ୟାସ ଚୁଲ୍ଲା ପହଞ୍ଚିନଥାନ୍ତା।

ଗାନ୍ଧିଜୀଙ୍କ ପ୍ରସଙ୍ଗରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ମୋଦୀ। ଗାନ୍ଧିଜୀ ଆପଣଙ୍କ ପାଇଁ ଟ୍ରେଲର ହୋଇ ପାରନ୍ତି, ଆମ ପାଇଁ ଜୀବନ। କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଆମେ ସଦା ସର୍ବଦା ଚେଷ୍ଟା କରିଆସୁଛୁ। ଆମ ପୂର୍ବରୁ କୃଷି ପାଇଁ ବଜେଟ ବ୍ୟୟବରାଦ ଥିଲା ୨୭ ହଜାର କୋଟି ଏବେ କୃଷି ବ୍ୟୟବରାଦ ୫ ଗୁଣ ବଢି ଦେଢ ଲକ୍ଷ କୋଟିରେ ପହଞ୍ଚିଛି। ପିଏମ୍‌ କିଷାନ୍‌ ଯୋଜନାରେ ଚାଷୀଙ୍କ ଖାତାକୁ ୪୫ ହଜାର କୋଟି ଦିଆଯାଇଛି। କିଛି ରାଜ୍ୟ ଏ ପର୍ଯ୍ୟନ୍ତ ପିଏମ୍‌ କିଷାନ୍‌ ପାଇଁ ଚଷୀଙ୍କ ତାଲିକା ଦେଇ ନାହାନ୍ତି। ଚାଷୀଙ୍କୁ ହକ୍‌ ପାଇବାରୁ ବଞ୍ଚିତ କରୁଛନ୍ତି।

Comments are closed.