Odisha Link
Bridging the Missing Links in Odisha

କରୋନା ଭୟ: ଓଡ଼ିଶାରେ କେନ୍ଦ୍ରୀୟ ଟିମ

ଭୁବନେଶ୍ୱର: ଦିନକୁ ଦିନ ଭୟଙ୍କର ରୂପ ନେଊଛି କରୋନା ଭାଇରସ। ତେବେ ଘାତକ କରୋନା ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ ପହଞ୍ଚିଛନ୍ତି। ଉକ୍ତ ଟିମରେ ଡ. ଶିକ୍ଷା ବର୍ଦ୍ଧନ, ଡ. କପୁର ଚୌଧୁରୀ ଓ ଡ. ଅନୁରାଧା ସୁଲାନିଆ ଅଛନ୍ତି। ସମ୍ପୃକ୍ତ କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ସଚିବ, ଡିଏମଇଟି ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ କେନ୍ଦ୍ରୀୟ ଟିମ କଟକ ଏସସିବିରେ ଆଇସୋଲେସନ ୱାର୍ଡ ପରିଦର୍ଶନ କରିଥିବା ଜଣାଯାଇଛି।
ସୂଚନାଯୋଗ୍ୟ ଯେ, ଏ ପର୍ଯନ୍ତ ୨୮ଟି ଦେଶକୁ କରୋନା ଭୂତାଣୁ ସଂକ୍ରମଣ ଡେଇଁ ସାରିଥିବାବେଳେ ଭାରତରେ ଏଯାଏଁ ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି ଓଡିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ୩୩ଜଣଙ୍କୁ ଚିହ୍ନଟ କରାଯାଇଛି। ସେ ମଧ୍ୟରୁ ୨ ଜଣ କଟକସ୍ଥିତ ଏସସିବି ମେଡିକାଲ୍ର ଆଇସୋଲେସନ୍ ୱାର୍ଡରେ ଭର୍ତି ହୋଇଥିବା ବେଳେ ୩୧ଜଣଙ୍କୁ ଘରେ ଆଇସୋଲେସନ୍ରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅପର ପକ୍ଷରେ ରଜ୍ୟରୁ ଏ ପର୍ଯନ୍ତ ୭ଟି ନମୁନା ପରୀକ୍ଷା ପାଇଁ ଏନ୍ଆଇଭି ପୁନେକୁ ପଠାଇ ଥିବା ବେଳେ ତହିଁରୁ ୫ ନେଗେଟିଭ୍ ନମୁନା ରହିଛି।ସ୍ୱାସ୍ଥ୍ୟ ନିଭାଗ ପକ୍ଷରୁ କୁହାଯାଇଛି ଯେ, ଚିନ୍ ଓ କାରାନା ସଂକ୍ରମିତ ଦେଶରୁ ଫେରିଥିବା ୩୩ ଜଣଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ ସରିଲାଣି। ଭୂତାଣୁ ପାଇଁ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି ଏବଂ ୨୪ଘଣ୍ଟିୟା କଣ୍ଟୋଲ୍ ରୁମ୍ ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ବର୍ତମାନ୍ ସ୍ଥିତି ନୟନ୍ତ୍ରଣାଧୀନ ରହିଛି। ସମସ୍ଥ ବିମାନ ବନ୍ଦରର ଓ ରେଳ ଷ୍ଟେସନ୍ରେ ଯାତ୍ରୀମାଙ୍କୁ ସ୍କ୍ରିନିଂ କରାଯାଇଛି।

Comments are closed.