Odisha Link
Bridging the Missing Links in Odisha

ସଂଗୀତ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କଲେ ମୌନୀ

ମୁମ୍ବାଇ : ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢିବାରେ ଲାଗିଛନ୍ତି ଅଭିନେତ୍ରୀ ମୌନୀ ରାୟ। ଟେଲିଭିଜନ ପରେ ବଲିଉଡରେ ଡେବ୍ୟୁ କରିଥଲେ ସେ । ନିଜର ନୃତ୍ୟ ଓ ଅଭିନୟର ଯାଦୁରେ ସମସ୍ତଙ୍କ ମନ କିଣି ନେଇଛନ୍ତି ମୌନୀ । ଦର୍ଶକ ବର୍ତ୍ତମାନ ତାଙ୍କ ଭିତରେ ଥିବା ଆଉ ଏକ ପ୍ରତିଭାକୁ ଦେଖିବାକୁ ପାଇବେ ।

https://www.instagram.com/p/B8LkI7kJyRG/

ଆକଟିଙ୍ଗ ପରେ ସିଙ୍ଗିଂ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିଛନ୍ତି ମୌନୀ । ସେ ଗାଇଥିବା ପ୍ରଥମ ଗୀତ ରିଲିଜ ହୋଇଛି । ତାଙ୍କର ପ୍ରଥମ ଗୀତର ନାମ ‘ ଭିଗି ଭିଗି ରାତୋ ମେଁ’ ୟୁଟ୍ୟୁବରେ ରିଲିଜ ହୋଇଛି । ଏହି ଗୀତକୁ ୟୁଟ୍ୟୁବରେ ଲକ୍ଷଲକ୍ଷ ଲୋକ ପସନ୍ଦ କରୁଛନ୍ତି ।

ଆଲୋକ ବାତ୍ରା ଏହି ଗୀତକୁ ନିର୍ଦ୍ଦେଶନା ଦେଇଥିବା ବେଳେ ମୌନୀଙ୍କ ସହିତ ନକ୍ସ ଅଜିଜ ମଧ୍ୟ ଏଥିରେ ଗୀତ ଗାଇଛନ୍ତି । ମୌନୀଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ବ୍ରହ୍ମାସ୍ତ୍ର ଏବଂ ମୁଗଲ’ରେ ନଜର ଆସିବେ । ଏହାଛଡା ମୌନୀ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି ।

Comments are closed.