ଦିଲ୍ଲୀ ନିର୍ବାଚନ: ଭୋଟ ଦେଲେ ଅରବିନ୍ଦ କେଜ୍ରିଓ୍ଵାଲ୍, କହିଲେ ଆଶାବାଦୀ..

ନୂଆଦିଲ୍ଲୀ: ଚାଲିଛି ଦିଲ୍ଲୀ ସିଂହାସନ ପାଇଁ ମତଦାନ। ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମତଦାନ ଦେଇଛନ୍ତି। ବିଧାନସଭା ନିର୍ବାଚନ ଲାଗି ଉତ୍ତର ଦିଲ୍ଲୀର ସିଭିଲ୍ ଲାଇନ୍ସ୍ଥିତ ଭୋଟ୍ ଗ୍ରହଣ କେନ୍ଦ୍ରରେ ଭୋଟ୍ ଦେବା ପରେ କେଜ୍ରିଓ୍ଵାଲ୍ କହିଲେ, ଦିଲ୍ଲୀରେ କରାଯାଇଥିବା କାର୍ଯ୍ୟ ଆଧାରରେ ଲୋକେ ଭୋଟ୍ ଦେବେ ଏବଂ ତୃତୀୟ ଥର ଲାଗି ଆପ୍ ଦିଲ୍ଲୀରେ ସରକାର ଗଠନ କରିବ ବୋଲି ମୁଁ ଆଶା କରୁଛି। ପତ୍ନୀ ସୁନୀତା, ମାଆ ଓ ପୁଅଙ୍କ ସହ କେଜ୍ରିଓ୍ଵାଲ୍ ଭୋଟ୍ ଦେବାକୁ ଆସିଥିଲେ।
ସେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି। ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବିଜେପିର ସୁନୀଲ ଯାଦବ ଏବଂ କଂଗ୍ରେସର ରୋମେଶ ସାଭରଓ୍ଵାଲ୍। ଭୋଟ୍ ଦେବା ନିମନ୍ତେ କେଜ୍ରିଓ୍ଵାଲ୍ ମଧ୍ୟ ଦିଲ୍ଲୀବାସୀଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି: ମୁଁ ସମସ୍ତଙ୍କୁ, ବିଶେଷତଃ ମହିଳାମାନଙ୍କୁ, ଆଜି ଭୋଟ୍ ଦେବାକୁ ନିବେଦନ କରୁଛି।
ସକାଳ ୮ଟାରେ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ଯାଏଁ ଚାଲିବ। ପୂର୍ବାହ୍ନ ୧୨ଟା ସୁଦ୍ଧା ଦିଲ୍ଲୀ ବିଧାନସଭା ନିମନ୍ତେ ଚାଲିଥିବା ଭୋଟ୍ ଗ୍ରହଣରେ ୧୫.୭% ମତଦାନ ହୋଇଛି। ଫେବୃଆରୀ ୧୧ ତାରିଖ ଦିନ ଭୋଟ୍ ଗଣନା ଆରମ୍ଭ ହେବ।
Comments are closed.