Odisha Link
Bridging the Missing Links in Odisha

ଦିଲ୍ଲୀ ବିଧାନସଭା ନିର୍ବାଚନ: ଭୋଟ ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି। ଗଣତନ୍ତ୍ରର ଏହି ମହାନ ପର୍ବରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ମତଦାନ ପ୍ରକିୟାରେ ସାମିଲ ହୋଇ ଭୋଟ ଦେଇଛନ୍ତି। ଆଜି ସକାଳୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ଭୋଟ ଦେବା ପାଇଁ ଡା.ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ହୋଇଥିବା ବୁଥରେ ପହଞ୍ଚିଥିଲେ। ସେଠାରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଉଭୟ ନିଜ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି।

ରାଷ୍ଟ୍ରପତିଙ୍କ ବ୍ୟତୀତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଔରଙ୍ଗଜେବ ରୋଡରେ ଥିବା ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ପତ୍ନୀ ମଧ୍ୟ ଭୋଟ ଦେଇଛନ୍ତି। ସେପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିର୍ମାଣ ଭବନ ପୁଲିଂ ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଥିବା ବେଳେ ନିର୍ମାଣ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଭୋଟ ଦେଇଛନ୍ତି। ଔରଙ୍ଗଜେବ ରୋଡରେ ଥିବା ପୁଲିଂ ବୁଥରେ ବିଜେପି ଭେଟରାନ ଏଲକେ ଆଡଭାନୀ ଓ ତାଙ୍କ ଝିଅ ପ୍ରତିଭା ଭୋଟ ଦେଇଛନ୍ତି। ଏଥିସହ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ସପରିବାର ସହ ଆସି ଭୋଟ ଦେଇଛନ୍ତି।

Comments are closed.