Odisha Link
Bridging the Missing Links in Odisha

ପୁଲିସର ଆଚରଣ, ଉଚ୍ଚାରଣ ବଦଳିଛି: ମନ୍ତ୍ରୀ

ଭୁବନେଶ୍ୱର: ମୋ ସରକାର ଓ ୫-ଟି ବେଳେ ପୁଲିସର ଆଚରଣ ଓ ଉଚ୍ଚାରଣ ବଦଳିଛି। ଏହା କହିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପିଇଓ ସ୍ମିତାରାଣୀ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ମିଶ୍ର ଏହା କହିଛନ୍ତି। ସେ କହିଛନ୍ତି ଯେ, ପୁଲିସ ତତ୍ପରତାର ସହ କାମ କରୁଛି। ଆଇନ ଅନୁଯାୟୀ ଯାହା ଯୁକ୍ତିଯୁକ୍ତ ତାହା କରାଯିବ। ରୂପେଶ ଭଦ୍ର ଘଟଣାରେ ତଦନ୍ତ ଚାଲିଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ରଙ୍ଗଶାଳା ଭଙ୍ଗାଯିବା ଘଟଣାକୁ ନେଇ କିଛି ସମୟ ପୂର୍ବରୁ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ସହ ସରକାରଙ୍କୁ ଟାର୍ଗେଟ କରିଥିଲେ। ଲେଖାଶ୍ରୀ କହିଥିଲେ ଯେ, ଗ ୨୦୧୮ରେ ରଙ୍ଗଶାଳା ଭଙ୍ଗା ଯାଇଥିବା କୁହା ଯାଉଥିଲେ ବି ଏ ଯାଏ କାହିଁକି ଭଙ୍ଗା ଯାଇନଥିଲା, ଯଦି ଆଗରୁ ଭଙ୍ଗା ଯାଇଥାନ୍ତା ତେବେ ହୁଏତ ସ୍ମିତରାଣୀ ମରି ନଥାଆନ୍ତେ।

ମୋଟ ଉପରେ ସ୍ମିତରାଣୀ ମୃତ୍ୟୁ ମାମଲାରେ ତଥ୍ୟ, ପ୍ରମାଣ ନଷ୍ଟ ଲାଗି ଏବେ ଭଙ୍ଗା ଗଲା। ବିଜେପି ର ଅଭିଯୋଗ ରଂଗଶାଳା ଭାଙ୍ଗିବା ପଛରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ର ମନ୍ଦ ଉଦେଶ୍ୟ ଅଛି । ତଦନ୍ତ କୁ ଦିଶାହୀନ କରିବା ଲାଗି , ଠୋସ ପ୍ରମାଣ ନଷ୍ଟ ଲାଗି ଏଭଳି କରାଯାଇଛି। ସ୍ମିତରାଣୀ ମୃତ୍ୟୁ ରହସ୍ୟକୁ ଲୁଚାଇ ବାକୁ ଏଭଳି ପ୍ରୟସ କରାଯାଇଛି ବୋଲି ଲେଖାଶ୍ରୀ କହିଥିଲେ।

Comments are closed.