Odisha Link
Bridging the Missing Links in Odisha

ଚର୍ଚ୍ଚାରେ କ୍ୟାଟ୍ ଓ ଭିକ୍କି , ଏହି ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଭିକ୍କି

ମୁମ୍ବାଇ : ବଲିଉଡରେ ଏବେ ନୂଆ ଯୋଡ଼ିଙ୍କର ଖୁବ ଚର୍ଚ୍ଚା ଚାଲିଛି । ସେ ଆଉ କେହି ନୁହଁ ସେ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲ । ଦୁହିଁଙ୍କୁ ଦୀପାବଳିରୁ ଆରମ୍ଭ କରି ବିଭିନ୍ନ ବାର୍ଥ ଡେ’ ପାଟିରେ ଏକାଠି ଦେଖିବାକୁ ମିଳିଛି । କିନ୍ତୁ ଏମାନେ ଏପର୍ଯ୍ୟନ୍ତ ଏବିଷୟରେ ମୁହଁ ଖୋଲି ନାହାଁନ୍ତି ।

ଅବଶ୍ୟ ନିକଟରେ ଏହି ସମ୍ପର୍କକୁ ନେଇ ଭିକ୍କି ମୁହଁ ଖୋଲିଛନ୍ତି। ସେ କହିଛନ୍ତି ପର୍ସନାଲ ଲାଇଫକୁ ନେଇ ସେ ସବୁବେଳେ ଖୋଲା । ଏହା ବ୍ୟତୀତ ଆମ ସମ୍ପର୍କକୁ ନେଇ ଏବେ ଯାହା ସବୁ ଆଲୋଚନା ହେଉଛି ତାକୁ ନେଇ ଆଉ ସଫେଇ ଦେବା ଆବଶ୍ୟକ ନାହିଁ ।

କାରଣ ସେ କେବେ ମିଛ କହିପାରନ୍ତି ନାହିଁ ବୋଲି କହିଛନ୍ତି । ଆଉ ଏଥିରେ କୌଣସି ଷ୍ଟୋରୀ ନାହିଁ ବୋଲି ମଧ୍ୟ ଭିକ୍କି ହସିହସି କହିଛନ୍ତି । ଆଉ ଭଲପାଇବା କଥା ଯଦି ଉଠୁଛି ଏହା ତ ‘ବେଷ୍ଟ ଫିଲିଙ୍ଗ’।

ତେବେ କ୍ୟାଟ୍ରିନା ଓ ଭିକ୍କିଙ୍କ ଡେଟିଙ୍ଗ ଖବର ସେବେଠାରୁ ଆରମ୍ଭ ହେଲା ଯେବେ କରନ ଜୋହରଙ୍କ ଚାଟ ଶୋ’ରେ ଭିକ୍କି କ୍ୟାଟ୍ରିନାଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ । ଏହାପରେ ଏହି ଯୋଡିଙ୍କୁ ବହୁବାର ଏକାଠି ଦେଖିବା ପରେ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

Comments are closed.