Odisha Link
Bridging the Missing Links in Odisha

ଦିଲ୍ଲୀରେ ତୃତୀୟ ଥର ସରକାର ଗଢିବ ଆମ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ସରକାର ଗଢିବ ଆମ ଆଦମୀ ପାର୍ଟି। ସବୁ କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଆମ୍‌ ଆଦ୍‌ମୀ ପାର୍ଟି ଦିଲ୍ଲୀରେ ସରକାର ଗଠନ କରିବା ନେଇ ସ୍ପଷ୍ଟ ହୋଇଛି। ଅରବିନ୍ଦ କେଜରିୱାଲ ତୃତୀୟ ଥର ପାଇଁ ଦିଲ୍ଲୀରେ ସରକାର ଗଢିବେ। ମୋଟ ୭୦ ଆସନ ମଧ୍ୟରୁ ଆପ୍‌ ଆବଶ୍ୟକତା ଠାରୁ ଅଧିକ ଆସନରେ ଆଗୁଆ ଥିବାବେଳେ ବିଜେପି ବହୁ ପଛରେ ରହିଛି। ଅପରାହ୍ନ ୪ଟା ସୁଦ୍ଧା ଆମ ଆଦମି ପାର୍ଟି ୬୩ ଆସନରେ ଆଗୁଆ ଥିବା ବେଳେ ବିଜେପି ୭ ଟି ଆସନରେ ଆଗୁଆ ଅଛି ଏବଂ କଂଗ୍ରେସ ଆଦୌ ଖାତା ଖୋଲିପାରି ନାହିଁ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୮ ତାରିଖରେ ଭୋଟ ଗ୍ରହଣ ହୋଇଥିଲାବେଳେ ଆଜି ଏହାର ଗଣତି ହୋଇଛି। ନିର୍ବାଚନରେ ୬୭୨ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଥିବାବେଳେ ୨୧ କେନ୍ଦ୍ର​ରେ ଭୋଟ ଗଣତି ଚାଲିଛି। ୭୦ ଆସନରୁ ସରକାର ଗଠନ ଲାଗି ୩୬ ଆସନରେ ବିଜୟ ଦରକାର ପଡ଼ୁଥିବାବେଳେ ଆପ୍‌ ୬୩ ଆସନରେ ଆଗୁଆ ରହିଛି। ଅନ୍ୟପଟେ ବିଜେପି ମାତ୍ର ୭ ଆସନରେ ଆଗରେ ଅଛି। ଯାହା ଆପ୍‌ର ପୁଣି ଥରେ ସରକାର ଗଢ଼ିବା ଆଶା ସ୍ପଷ୍ଟ କରିଛି। କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି।

Comments are closed.