Odisha Link
Bridging the Missing Links in Odisha

୩-୦ରେ ସିରିଜ୍ ପୋଛିନେଲା ନ୍ୟୁଜିଲାଣ୍ଡ

ମାଉଣ୍ଟ ମାଓଁଗାନୁଇ: ନ୍ୟୁଜିଲାଣ୍ଡର ମାଉଣ୍ଟ ମୁଙ୍ଗାନୁରେ ଖେଳାଯାଇଥିବା ଏକ ଦିବସୀୟ ସିରିଜର ୩ୟ ତଥା ଚୂଡ଼ାନ୍ତ ମ୍ୟାଚ୍‌ରେ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଭାରତର ୨୯୭ ରନ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୧୭ ଟି ବଲ ବାକିଥାଇ ମ୍ୟାଚ ଜିତିଯାଇଥିଲା। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସିରିଜକୁ ୩-୦ ରେ ପୋଛି ନେଇଛି।

ଭାରତ ପକ୍ଷରୁ ୨୯୭ରନ୍‌କର ଟାର୍ଗେଟକୁ ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇଥିଲା କିଓ୍ବି ଟିମ୍‌ । ଦଳ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଗୁପ୍ଟିଲ ଓ ନିକୋଲାସ ଶତକୀୟ ଭାଗିଦାରୀ କରିଥିଲେ । ଦଳୀୟ ସ୍କୋର ୧୦୬ରନ ହୋଇଥିବା ବେଳେ ୬୬ରନ୍‌ କରି ମାର୍ଟିନ ଗୁପ୍ଟିଲଙ୍କ ଭାବରେ ପ୍ରଥମ ଓ୍ବିକେଟ ପଡିଥିଲା । ସେପିପରି ନ୍ୟୁଜିଲାଣ୍ଡ ପକ୍ଷରୁ ନିକୋଲାସ ୮୦, ଓ୍ବିଲିୟମସନ ୨୨, ରସ୍ ଟେଲର ୧୨, ନିସାମ ୧୯ରନ୍‌ କରି ଆଉଟ ହୋଇଯାଇଥିଲେ । ତେବେ ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ଲାଥମ ୩୨ ଓ ଗ୍ରାଣ୍ଡହୋମ ୫୮ରନ୍‌ କରି ଅପରାଜିତ ରହିଥିଲେ । ଭାରତ ପକ୍ଷରୁ ଚହଲ ସର୍ବାଧିକ ୩ଟି ଓ୍ବିକେଟ ନେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ଲୋକେଶ ରାହୁଲଙ୍କ ଆକର୍ଷଣୀୟ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୯୬ ରନ ସଂଗ୍ରହ କରିଥିଲା । ଟସ ଜିଣି ନ୍ୟୁଜିଲାଣ୍ଡ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଆରମ୍ଭରୁ ଭାରତୀୟ ଦଳ ଓପନର ମୟଙ୍କ ଅଗ୍ରଓ୍ଵାଲ ଓ ଅଧିନାୟକ ବିରାଟ କୋହଲିଙ୍କ ଓ୍ଵିକେଟ ହରାଇ ସଂକଟରେ ପଡ଼ିଥିଲା । ତେବେ ଅନ୍ୟତମ ଓପନର ପୃଥିବୀ ଶାହା ଓ ଶ୍ରେୟାସ ଆୟାର ସତର୍କତାର ସହ ଖେଳି ଦଳକୁ ବିପଦମୁକ୍ତ କରିଥିଲେ । ତେବେ ପୃଥିବୀ ୪୦ ରନରେ ରନଆଉଟ ହେବା ପରେ ଦଳ ପୁଣି ସମସ୍ୟାରେ ପଡ଼ିଥିଲା । କିନ୍ତୁ ଲୋକେଶ ରାହୁଲ ଓ ଆୟାରଙ୍କ ମିଶି ଦଳୀୟ ସ୍କୋରକୁ ଏକ ଦୃଢ ସ୍ଥିତିକୁ ନେଇଥିଲେ । ଲୋକେଶ ରାହୁଲ ୧୧୩ ବଲରୁ ୧୧୨ ରନ ସଂଗ୍ରହ କରିଥିବାବେଳେ ଆୟାର ୬୩ ବଲରୁ ୬୨ ରନ କରିଥିଲେ । ସେହିପରି ମନିଷ ପାଣ୍ଡେ ୪୨ରନ୍‌ ବଦଳରେ ଭାରତ ୫୦ଓଭର ଖେଳି ୨୯୬ରନ୍‌ କରିବାକୁ ସମର୍ଥ ହୋଇଛି। ସେହିପରି ନ୍ୟୁଜିଲାଣ୍ଡ ପକ୍ଷରୁ ହାମିସ୍ ବେନେଟ୍ ସର୍ବାଧିକ ୪ଓ୍ବିକେଟ୍ ଅକ୍ତିଆର କରିଥିବା ବେଳେ ଜମି ନିସା ଓ ଜାମିସନ ୧-୧ଲେଖାଏଁ ଓ୍ବିକେଟ ନେଇଛନ୍ତି।

Comments are closed.