ଚୋରା କୋଇଲା ଗାଡ଼ି ଜବତ

ଚାନ୍ଦବାଲି: ରେଳପଥରୁ କୋଇଲା ଚୋରା ଚାଲାଣ ବେଳେ ଧରିଲା ବନ ବିଭାଗ। ଚାନ୍ଦବାଲି ବନବିଭାଗ ପକ୍ଷରୁ ପୋଟ୍ରୋଲିଂ ସମୟରେ କୋଇଲା ଜବତ। ପିକ୍ ଅପ୍ ଭ୍ୟାନ୍ ସହ କୋଇଲା ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଥିବାର ସୂଚନା ମିଳିଛି। ଘଟଣା ସମ୍ପର୍କରେ ଡିଏଫଓ ଜିଲ୍ଲା ପୋଲିସ ଆରକ୍ଷୀଙ୍କୁ ଜଣାଇବା ପରେ ଜବତ ଭ୍ୟାନଟିକୁ ଚାନ୍ଦବାଲି ଥାନାକୁ ହସ୍ତାନ୍ତର କରା ଯାଇଛି l