Odisha Link
Bridging the Missing Links in Odisha

ନିର୍ଭୟା ମାମଲା: କାଲିକୁ ଘୁଞ୍ଚିଲା ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଲେ କୋର୍ଟ। ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟ କାଲିକୁ ଡେ‌ଥ୍‌ ଓ୍ବାରେଣ୍ଟ ଶୁଣାଣି ଘୁଞ୍ଚାଇଛନ୍ତି। ଦୋଷୀ ବିନୟଙ୍କ ଓକିଲ କାଲି ତଥ୍ୟ ରଖିଲେ ହେବ ଶୁଣାଣି। ନୂଆ ଡେ‌ଥ୍‌ ଓ୍ବାରେଣ୍ଟ ଜାରି ଆବେଦନ ଉପରେ ଚାଲିଥିଲା ଶୁଣାଣି।

ସୂଚନାଯୋଗ୍ୟ, ନିର୍ଭୟାଙ୍କ ବାପା, ମା ଧ ତିହାର ଜେଲ୍‌ କର୍ତ୍ତୃପକ୍ଷ ତୁରନ୍ତ ନୂଆ ଡେ‌ଥ୍‌ ଓ୍ବାରେଣ୍ଟ ଜାରି ପାଇଁ ଆବେଦନ କରିଥିଲେ। ଶୁଣାଣି ସମୟରେ କୋର୍ଟରେ ନିର୍ଭୟାଙ୍କ ମା କାନ୍ଦିବା ସହ ତୁରନ୍ତ ନୂଆ ଡେ‌ଥ୍‌ ଓ୍ବାରେଣ୍ଟ ପାଇଁ ନିବେଦନ କରିଥିଲେ। ପୂର୍ବରୁ ୪ ଦୋଷୀଙ୍କୁ ନୋଟିସ୍‌ ଜାରି କରିଛନ୍ତି କୋର୍ଟ।