Odisha Link
Bridging the Missing Links in Odisha

ବନ୍ଦ ଘରୁ ୫ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ବନ୍ଦ ଘରୁ ଉଦ୍ଧାର ହେଲା ୫ ମୃତଦେହ। ନୂଆଦିଲ୍ଲୀ ଭଜନପୁରା ଅଞ୍ଚଳରେ ଘଟିଛି ଏପରି ଅଭାବନୀୟ ଘଟଣା। ଏକ ଘର ଭିତରୁ ପୋଲିସ ୫ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀ ଭଜନପୁର ଅଞ୍ଚଳରେ ଏକ ବନ୍ଦ ଘର ଭିତରୁ ଗନ୍ଧ ବାହାରିଥିଲା ସ୍ଥାନୀୟଲୋକ ନିକଟସ୍ଥ ଘରୁକୁ ଯିବାରୁ ଘର ଭିତରୁ ଅଧିକ ଗନ୍ଧ ବାହାରିଥିଲା । ଲୋକମାନ ତୁରନ୍ତ ପୋଲିସକୁ ଏନେଇ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି। ଘଟଣାସ୍ଥଳରେ ଅଧିକ ତଥ୍ୟ ଅନୁଧ୍ୟାନ ପାଇଁ ସାଇଣ୍ଟିଫିକ୍ ଟିମ୍‌କୁ ଡକାଯାଇଛି। ତେବେ ପୋଲିସ ଘଟଣାସ୍ଥଳରୁ ମୃତଦେହ ଗୁଡିକୁ ଜବତ କରି ଶବ ବ୍ୟବେଚ୍ଛଦ ପାଇଁ ପଠାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସାମ୍ନାକୁ ଆସିବ ବୋଲି ଜଣାପଡିଛି। ପୋଲିସର ପ୍ରାଥମିକ ତଦନ୍ତ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।

Comments are closed.