Odisha Link
Bridging the Missing Links in Odisha

ସମ୍ବଲପୁର ଓ ଅନୁଗୁଳ ମଧ୍ୟରେ ଯାତାୟତ ଠପ୍

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଚାରମାଳ ସିଙ୍ଗଲ ପୋଲ ଉପରେ ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇ ପଡ଼ିରହିଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି। ଫଳରେ ସମ୍ବଲପୁର- ଅନୁଗୁଳ ମଧ୍ୟରେ ଯାତାୟାତ ଠପ୍‍ ହୋଇଛି। ଉକ୍ତ ଟ୍ରକଟିରେ ଧାନ ବୋଝେଇ ହୋଇରହିଥିବା ବେଳେ ସିଙ୍ଗଲ ପୋଲରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଅଧା ଝୁଲିରହିଥିବା ଜଣାପଡ଼ିଛି। ଟ୍ରକଟିକୁ କଢା ଯାଉନଥିବାରୁ ଉତ୍ତ୍ୟକ୍ତଲୋକେ ରାସ୍ତାରୋକ କରିଛନ୍ତି ବୋଲି ସୂଚନା ମିଳିଛି।

 ଟ୍ରକଟି ଜାତୀୟ ରାଜପଥ ଉପରେ ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଶହ ଶହ ସଂଖ୍ୟାରେ ବସ ଓ ଟ୍ରକ ରାସ୍ତାରେ ଅଟକି ରହିଛି। ଏହି ଜାତୀୟ ରାଜପଥରେ ବରଗଡ, ସମ୍ବଲପୁର, ଝାରଶୁଗୁଡା, ରାଉରକେଲା, ସୁନ୍ଦରଗଡରୁ ନାଇଟ କୋଚ ବସ ଯାଆସ କରିଥାଏ। ତେବେ ଟ୍ରକଟି ଏବେ ବି ଝୁଲି ରହିଥିବାରୁ ବସ ଗୁଡିକ ଅଟକି ରହିଛି।

Comments are closed.