Odisha Link
Bridging the Missing Links in Odisha

୧୬ରେ ଶପଥ ନେବ କେଜରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବାଜିମାତ କରିଛି ଆମ ଆଦମୀ ପାର୍ଟି। ବହୁମତ ହାସଲ କରି ଆଦମୀ ପାର୍ଟି ଦିଲ୍ଲୀରେ ବିଜୟର ବାନା ଉଡ଼ାଇଛି। ଦିଲ୍ଲୀର ଜନତା କେଜ୍ରିଓ୍ବାଲଙ୍କୁ ପୁଣିଥରେ ଦିଲ୍ଲୀ ସିଂହାସନରେ ବସାଇଛନ୍ତି। ଆସନ୍ତା ୧୬ ତାରିଖ ରବିବାର ଦିନ କେଜରିଓ୍ବାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଦିଲ୍ଲୀର ରାମଲୀଳା ମୈଦାନରେ କେଜରିଓ୍ବାଲ ଏହି ଶପଥ ଗ୍ରହଣ ସମାରୋହ ହେବ। ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜରିଓ୍ବାଲ।

ଦିଲ୍ଲୀର ଲେଫ୍‌ଟ୍‌ନାଣ୍ଟ୍‌ ଗଭର୍ଣ୍ଣର୍‌ ଅନୀଲ ବୈଜାଲ୍‌ଙ୍କୁ ଭେଟିବାକୁ  ଆଜି ପୂର୍ବାହ୍ନରେ ‘ଆପ୍‌’ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ ରାଜ ନିବାସରେ ପହଞ୍ଚିଛନ୍ତି। ‘ଆପ୍‌’ ବିଧାୟକମାନେ ଆଜି କେଜ୍ରିଓ୍ଵାଲ୍‌ଙ୍କ ବାସ ଭବନରେ ଏକ ବୈଠକରେ ଯୋଗ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ୧୬ ତାରିଖ ରବିବାର ଦିନ ସକାଳ ୧୦ ଟାରେ ଶପଥ ଗ୍ରହଣ କରିବେ କେଜରିଓ୍ବାଲ ଏନେଇ ମନୀଷ ସିସୋଦିଆ ସୂଚନା ଦେଇଛନ୍ତି।

Comments are closed.