Odisha Link
Bridging the Missing Links in Odisha

ଟ୍ରାକ୍ଟର-ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଡ୍ରାଇଭର ଗୁରୁତର

କଳାହାଣ୍ଡି: ଏକ ବାଲି ବୋଝେଇ ଟ୍ରାକ୍ଟର ଓ ମକା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ଦୁଇ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ୨୬ ନମ୍ବର ଜାତୀୟ ରାଜପଥ ବଞ୍ଜାରୀ ମନ୍ଦିର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଓ ମକା ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣା ଫଳରେ ଦୁଇ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି। ଦୁର୍ଘଟଣା ଫଳରେ ମକା ବୋଝେଇ ଟ୍ରକ୍ ରାସ୍ତାରେ ଓଲଟି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି।

Comments are closed.