Odisha Link
Bridging the Missing Links in Odisha

ପୁଲ୍‌ଓ୍ଵାମା ଆକ୍ରମଣକୁ ବର୍ଷେ ପୁରିଲା

ନୂଆଦିଲ୍ଲୀ: ପୁଲ୍‌ଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୂରିଲା। ଗତ ବର୍ଷ ଫେବୃଆରୀ ୧୪ ତାରିଖ ଦିନ ଜମ୍ମୁ-କଶ୍ମୀରର ପୁଲ୍‌ଓ୍ଵାମା ଠାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ଯବାନ ସହିଦ ହୋଇଥିଲେ। ଆଜି ସାରା ଦେଶ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଶହୀଦ ଯବାନଙ୍କ ସ୍ମୃତିରେ ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଲେଥପୁରା ‘ସିଆର୍‌ପିଏଫ୍‌’ କ୍ୟାମ୍ପ୍‌ରେ ସ୍ମାରକୀ ନିର୍ମାଣ କରାଯାଇଛି। ଉଦଘାଟିତ ହେବାକୁ ଥିବା ଏହି ସ୍ମାରକୀରେ ଶହୀଦ ଯବାନଙ୍କ ନାମ ସହିତ ଫଟୋ ରହିଛି। ଏହାସହିତ ସିଆରପିଏଫର ସ୍ଲୋଗାନ ‘ସେବା ଏବଂ ନିଷ୍ଠା’ ଲେଖା ରହିଛି।

ଗତବର୍ଷ ଆଜି ଦିନରେ ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା। ଆତଙ୍କବାଦୀ ଆଦିଲ୍‌ ଅହମଦ ଦର୍‌ ଏକ ବିସ୍ଫୋରକ ବୋଝେଇ କାର୍‌ ନେଇ ‘ସିଆର୍‌ପିଏଫ୍‌’ ଯବାନ ଯାଉଥିବା ବସ୍‌ ପାଖରେ ବିସ୍ଫୋରଣ କରିଥିଲା। ଫଳରେ ୪୦ଜଣ ଯବାନ ସହିଦ ହୋଇଥିଲେ। ବିସ୍ଫୋରଣ ପରେ କଣ ହେଲା ଦେଖିବା କ୍ଷଣି ହିଁ ଆତଙ୍କବାଦୀମାନଙ୍କ ଗୁଳିବର୍ଷଣ ଆରମ୍ଭ ହୋଇଗଲା। ଯବାନଙ୍କ କାଉଣ୍ଟର ଆଟାକ୍‌ ପରେ ଆତଙ୍କୀମାନେ ସେଠାରୁ ଚାଲିଯାଇଥିଲେ। ବିସ୍ଫୋରଣ ଏଭଳି ଭୟଙ୍କର ଥିଲା ଯେ ଯବାନଙ୍କ ଶରୀର ଖୋଜିବା ବି ଅସମ୍ଭବ ହୋଇପଡିଲା। ସେଠାକାର ଦୃଶ୍ୟ ଏତେ ଭୟାବହ ଥିଲା ଯେ ସମ୍ପୁର୍ଣ୍ଣ ଦେଶବାସୀଙ୍କ ଆଖିରେ ପୁଲୱାମା ଆକ୍ରମଣର ପ୍ରଭାବ ଦେଖିବାକୁ ମିଳିଲା। ରାଷ୍ଟ୍ରୀୟ ରାଜମାର୍ଗରେ ସହିଦ୍ ଯବାନଙ୍କ ଶରୀରର ଅଙ୍ଗ ଏପଟେ ସେପଟେ ହୋଇ ପଡିଥିଲା। ଚାରିଆଡେ ରକ୍ତ , ମାଂସର ଟୁକୁଡା ଦେଖିବାକୁ ମିଳିଥିଲା।

Comments are closed.