ଏନ୍.ଏଚ୍ ଉପରେ ଛିଡିଲା ୧୩୨ କେ.ଭି ତାର

ଝାରସୁଗୁଡା: ପୁଣି ଛିଡିଲା ବିଦ୍ୟୁତ ତାର। ଏନ୍.ଏଚ୍ ଉପରେ ଛିଡିଲା ୧୩୨ କେ.ଭି ବିଦ୍ୟୁତ ତାର। ଏନ୍.ଏଚ୍ ୪୯ ବିଟିଏମ୍ ଛକ ନିକଟରେ ଛିଡି ପଡିଛି ୧୩୨ କେ.ଭି ବିଦ୍ୟୁତ ତାର। ସୌଭାଗ୍ୟବଶତଃ ଏଥିରେ କେହି ମୃତାହାତ ହୋଇ ନାହାନ୍ତି। ରାସ୍ତା ଉପରେ ବିଦ୍ୟୁତ ତାର ପଡିଥିବାରୁ ଗାଡି ଚଳାଚଳ ଠପ୍ ହୋଇଯାଇଛି। ରାସ୍ତାରେ ତାର ଛିଡି ପଡିଥିଲେ ବି ସେଠାରେ କୌଣସି ବିଦ୍ୟୁତ କର୍ମଚାରୀଙ୍କ ଦେଖାନାହିଁ।