Odisha Link
Bridging the Missing Links in Odisha

ଏଣିକି ବିଧାନସଭା ବିବରଣୀ କମ୍ପ୍ୟୁଟରୀକୃତ ହେବ

ଭୁବନେଶ୍ୱର : ପୂର୍ବରୁ ଓଡ଼ିଶା ବିଧାନସଭାର ବିବରଣୀ ହାତରେ ଲେଖା ଯାଉଥିଲା । କିନ୍ତୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ହାତଲେଖା ପରିବର୍ତ୍ତେ ବିଧାନସଭା ବିବରଣୀ କମ୍ପ୍ୟୁଟର ଦ୍ୱାରା ପ୍ରସ୍ତୁତ କରାଯାଇ ଗୃହର ମାନ୍ୟବର ବିଧାୟକବିଧାୟିକାମାନଙ୍କ ନିକଟକୁ ସଦୟ ସ୍ୱୀକୃତି ସଂଶୋଧନ ନିମନ୍ତେ ପଠାଯିବ । ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନଠାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଛନ୍ତି ।

ଆଜି ବାଚସ୍ପତି ଡ. ପାତ୍ର ଏହି କାର୍ଯ୍ୟର ତଦାରଖ କରିବା ପାଇଁ ରିେ ପାର୍ଟର୍‌ସ ଶାଖା ପରଦର୍ଶନ କରି ସଂପୃକ୍ତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଉପସଚିବ ଦେବାନନ୍ଦ ଦୋରା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।

Comments are closed.