Odisha Link
Bridging the Missing Links in Odisha

ରଣଜୀ କ୍ବାଟର୍ସରେ ଓଡିଶା

ଭୁବନେଶ୍ବର: ରଣଜୀ ଟ୍ରଫି କ୍ବାଟର ଫାଇନାଲକୁ ଉନ୍ନୀତ ହେଲା ଓଡିଶା। ଝାଡଖଣ୍ଡ ବିପକ୍ଷରେ ମ୍ୟାଚ୍‌କୁ ଡ୍ର କରି କ୍ବାଟର ଫାଇନାଲକୁ ଗଲା ଓଡିଶା। ଏଲିଟ୍ ଗ୍ରୁପ୍ ସି’ ରୁ କ୍ବାଟର ଫାଇନାଲକୁ ଉନ୍ନୀତ ହେଲା ଓଡିଶା। ଏଲିଟ୍ ଗ୍ରୁପ୍ ସି’ ରୁ ଅନ୍ୟ ଦଳ ଭାବେ ଜାମ୍ମୁ କାଶ୍ମରୀ ବି କ୍ବାଟର ଫାଇନାଲକୁ ଉନ୍ନୀତ ହୋଇଛି। ଝାଡଖଣ୍ଡ ବିପକ୍ଷରେ ଓଡ଼ିଶା ଖେଳିଥିବା ନିଜ ନବମ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛି ଦଳ।

ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଚଳିତ ସିଜିନରେ ଦଳ ମୋଟ୍ ୯ଟି ମ୍ୟାଚ୍ ଖେଳିଥିବା ବେଳେ ୫ଟି ମ୍ୟାଚରେ ବିଜୟ ହାସଲ କରିଛି । ସେହିପରି ୨ଟି ମ୍ୟାଚ୍ ଡ୍ର ଏବଂ ୨ଟି ମ୍ୟାଚରେ ପରାଜିତ ହୋଇଛି ଓଡ଼ିଶା। ପ୍ରଥମ ଇନିଂସରେ ଦେବାଶିଷ ସାମନ୍ତରାୟଙ୍କ ଦମଦାର ଶତକ ଏବଂ ଦ୍ୱିତୀୟ ଇନିଂସରେ ଅଧିନାୟକ ଶୁଭ୍ରାଂଶୁ ସେନାପତି ରୋମାଞ୍ଚକର ଶତକ ହାସଲ କରିଥିଲେ। ମ୍ୟାଚଟି ଡ୍ର ରହିଥିବା ବେଳେ ଦମଦାର ଶତକ ପାଇଁ ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ କରାଯାଇଛି ।

Comments are closed.