Odisha Link
Bridging the Missing Links in Odisha

ଶିଶୁ ଅନନ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବିଧାନସଭା ପରିଦର୍ଶନ

ଭୁବନେଶ୍ୱର : ଆଜି ବାଲିଅନ୍ତାସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନେ ବିଧାନସଭା ଗୃହ, ଗ୍ରନ୍ଥାଗାର ଓ ଅନ୍ୟାନ୍ୟ ଶାଖା ବୁଲି ଦେଖିବା ସହିତ ବିଧାନସଭାର କାର୍ଯ୍ୟବିଧି ସଂପର୍କରେ ପଚାରି ବୁଝିଥିଲେ ।

ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସେମାନେ ସୌଜନ୍ୟ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ପିଲାମାନଙ୍କୁ ବିଧାନସଭାର କାର୍ଯ୍ୟ, ବାଚସ୍ପତିଙ୍କ ଦାୟିତ୍ୱ, ଗୃହ ପରିଚାଳନା ଆଦି ସଂପର୍କରେ ବୁଝାଇଥିଲେ । ଭବିଷ୍ୟତରେ ସୁନାଗରିକ ହୋଇ ରାଜ୍ୟ ତଥା ଦେଶର ସମୃଦ୍ଧିରେ ଭାଗୀଦାର ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଡ. ପାତ୍ର ପରାମର୍ଶ ଦେଇଥିଲେ ।

ବିଧାନସଭା ସଚିବ ଦାଶରଥୀ ଶତ ପଥୀଙ୍କୁ ମଧ୍ୟ ବିଦ୍ୟାର୍ଥୀମାନେ ସୌଜନ୍ୟସାକ୍ଷାତ କରିଥିଲେ । ମହାବିଦ୍ୟାଳୟର ପ୍ରାଧ୍ୟା ପିକା ବିଜୟଲକ୍ଷ୍ମୀ ଜେନା, ପ୍ରାଧ୍ୟାପକ ନିର୍ମଳ ଚନ୍ଦ୍ର ଜେନା, ଅଧ୍ୟାପକ ଅନ୍ତର୍ଯ୍ୟାମୀ ସାହୁ ଓ ଚାଣକ୍ୟ ଆର୍ଯ୍ୟଭଟ୍ଟ ରାଉତରାୟ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ପରିଦର୍ଶନ କରିଥିଲେ ।

Comments are closed.