Odisha Link
Bridging the Missing Links in Odisha

‘ହାପି ବାର୍ଥ ଡେ’ ଗଲି ବୟ

ମୁମ୍ବାଇ : ସିନେମା ନିର୍ଦ୍ଦେଶିକା ଜେୟା ଅଖତରଙ୍କ ସିନେମା ‘ଗଲି ବୟ’କୁ ବର୍ଷେ ପୁରିଯାଇଛି । ସିନେମାଟି ଗତବର୍ଷ ଫେବୃଆରି ୧୩ ତାରିଖରେ ସିନେମାଟି ରିଲିଜ ହୋଇଥିଲା । ସିନେମାଟିରେ ଆଲିଆ ଭଟ୍ଟ ଓ ରଣବୀର ସିଂ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଏହି ଅବସରରେ ଜେୟା ଅଖତର ଇନଷ୍ଟାଗ୍ରାମରେ ସିନେମାର ପୋଷ୍ଟର ଶେୟାର କରି ‘ହାପି ବାର୍ଥ ଡେ’ ବୋଲି ଲେଖିଛନ୍ତି ।  ଏଥିପାଇଁ ସେ ସମସ୍ତ ଟିମ୍‌ ମେମ୍ବରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଫିଲ୍ମର ପ୍ରଯୋଜକ ଫରହାନ ଅଖତର ମଧ୍ୟ କିଛି ମେମୋରି ଶେୟାର କରିଛନ୍ତି। ଆଉ ଲେଖିଛନ୍ତି, ‘ଜବ୍‌ ମେ ଗୁଜରା ତେରି ଗଲି ମେ’।

ଆଲିଆ ମଧ୍ୟ ପରଦା ପଛର କିଛି କଥା ଶେୟାର କରି ‘ଗଲି ବୟ’ର ବର୍ଷ ପୂର୍ତ୍ତି ପାଳନ କରିଥିବା ଦେଖାଯାଇଛି। ରଣବୀର ମଧ୍ୟ ସିନେମାର ଫଟୋ ଶେୟାର କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଏହି ସିନେମା ଚଳିତଥର ୯୨ତମ ଓସ୍କାର ଦୌଡରେ ସାମିଲ ହୋଇଥିଲା।

Comments are closed.