Odisha Link
Bridging the Missing Links in Odisha

ଚୋରି ହେଲା ବିଶ୍ୱାସଙ୍କ କାର୍

ନୂଆଦିଲ୍ଲୀ: ଏକଦା ଆମ୍‌ ଆଦ୍‌ମୀ ପାର୍ଟି ସହିତ ଜଡ଼ିତ ଥିବା ପ୍ରସିଦ୍ଧ କବି କୁମାର ବିଶ୍ୱାସଙ୍କ ଫର୍‌ଚ୍ୟୁନର କାର୍‌ ଚୋରି ହୋଇଯାଇଛି। ବିଶ୍ୱାସଙ୍କ ଗାଜିଆବାଦର ଇନ୍ଦିରାପୁରମ ସ୍ଥିତଘର ସାମ୍ନାରୁ କାର୍‌ଟି କେହି ଚୋରି କରିଥିବା ନେଇ ଅଭିଯୋଗ ହୋଇଛି। ପୁଲିସ୍ ଏନେଇ ଏକ ମାମଲା ରୁଜୁ କରି ଓ ଘଟଣାର ତଦନ୍ତ କରୁଛି। ବର୍ତ୍ତମାନ ସୁଦ୍ଦା ଚୋରି ସଂପର୍କରେ ଅଧିକ ସୂଚନା ମିଳିପାରି ନାହିଁ।

କୁମାର ବିଶ୍ୱାସ ଜଣେ ପ୍ରସିଦ୍ଧ କବି ଭାବେ ବେଶ୍‌ ଜଣାଶୁଣା। ରହିଛି। ନିଜ କବିତା ମାଧ୍ୟମରେ ସେ ସମାଜର ବିଭିନ୍ନ ପ୍ରସଙ୍ଗକୁ ସେ ଉଠାଇ ସରକାରଙ୍କୁ ଘେରନ୍ତି। ଅନ୍ନା ହଜାରେଙ୍କ ଆନ୍ଦୋଳନ ଓ ଆମ୍ ଆଦ୍‌ମୀ ପାର୍ଟି ସହିତ ବି ସେ ଜଡ଼ିତ ଥିଲେ। ଆପ୍‌ର ପ୍ରାରମ୍ଭିକ ଦିନଗୁଡ଼ିକରେ ସେ ସବୁଠୁ ସକ୍ରିୟ ନେତା ଥିଲେ କିନ୍ତୁ ଦଳରେ ଥାଇ ସେ ବାରମ୍ବାର କେଜ୍ରିୱାଲଙ୍କ ସରକାରକୁ ଘେରିଥିଲେ।

Comments are closed.