ପୁରୀ ପରେ ଭଦ୍ରକରେ କଂଗ୍ରେସ କଳି

ଭଦ୍ରକ: ଗତଥର ପୁରୀରେ ,ଏଥର ଭଦ୍ରକରେ। ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଗସ୍ତ ସମୟରେ ଏଭଳି ପରିସ୍ଥିତ ଉପୁଜିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ କର୍ମୀ ସମ୍ମିଳନୀ ଚାଲିଥିଲା। ଏହି ସମ୍ମିଳନୀରେ ବିଭିନ୍ନ ପଦବୀ ବଣ୍ଟନ ଓ ଆଲୋଚନାର କାର୍ଯ୍ୟକ୍ରମ ସୂଚନା ମିଳିଛି। ତେବେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ଆସିବା ପୂର୍ବରୁ କଂଗ୍ରେସର ପୂର୍ବତନ ଛାତ୍ର ସଭାପତି ବଳରାମ ରାଉତଙ୍କୁ ଅନ୍ୟ ଗୋଷ୍ଠୀର କର୍ମୀ ମାଡ ମାରିଥିବା ନେଇ ଭଦ୍ରକ ଟାଉନ ଥାନାରେ ଏତଲା ହୋଇଛି। ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଏଭଳି ଉତ୍ତେଜନା ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ସହରର କେତେକ ସ୍ଥାନରେ ନିରଞ୍ଜନ ହଟାଓ, କଂଗ୍ରେସ ବଞ୍ଚାଓ ଓ ନିରଞ୍ଜନ ପଟ୍ଟନାୟକ ଗୋ ବ୍ୟାକ୍ ହୋର୍ଡିଙ୍ଗ ଦେଖିବା ପାଇଁ ମିଳିଥିଲା। ତେବେ କଂଗ୍ରେସ ଏଥିରୁ ଜଣାପଡୁଛି ଯେ, କଂଗ୍ରେସ ସଜାଡିବା ପରିବର୍ତ୍ତେ ଦିନକୁ ଦିନ ବିବାଦୀୟ ପରିସ୍ଥିତି ମଧ୍ୟକୁ ଗତି କରୁଛି।