Odisha Link
Bridging the Missing Links in Odisha

କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ଛୁଆ ହାତୀର ମୃତ୍ୟୁ। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତଠାରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଛୁଆ ହାତୀର ମୃତଦେହ ମିଳିବା ଖବର ପାଇ ଏବେ ଘଟଣା ସ୍ଥଳରେ ପହଞ୍ଚି ବନ ବିଭାଗ ପହଞ୍ଚି ମୃତ୍ୟୁ ପଛର କାରଣ ଖୋଜିବା ଆରମ୍ଭ କରିଛି। ମୃତ ଛୁଆ ହାତୀର ବୟସ ୩-୪ବର୍ଷ ବୋଲି ଜଣା ପଡ଼ିଛି। ୨-୩ଦିନ ତଳୁ ତା’ର ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରୁଛି ବନ ବିଭାଗ। ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। ଆଜି ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ।

Comments are closed.