Odisha Link
Bridging the Missing Links in Odisha

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର୍

ଉଦଳା : ଘରୋଇ କଳିକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ସ୍ୱାମୀ ଜଣଙ୍କ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ଗୁରୁଡି ଗାଁରେ। ମୃତ ମହିଳାଙ୍କ ନାମ ଜିରେ ସାଏ। ଅଭିଯୁକ୍ତ ସ୍ବାମୀ ଗୁରା ସାଏ ଫେରାର ଅଛି। ସୂଚନା ଅନୁଯାୟୀ,ଅଭିଯୁକ୍ତ ଗୁରା ଦୁଇଟି ବିବାହ କରିଥିଲା। ପୂର୍ବରୁ ବିବାହିତ ଥିଲେ ହେଁ ସେ ଦୁଇବର୍ଷ ପୂର୍ବେ ଜିରେ ସାଏକୁ ବିବାହ କରିଥିଲ।।

ବିବାହ ପରଠାରୁ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଆସୁଥିଲା। ଗତ ରବିବାର ରାତିରେ ସେମାନଙ୍କ ଝଗଡା ଉଗ୍ର ରୂପ ନେଇଥିଲା। ଉତକ୍ଷିପ୍ତ ଗୁରା ପିଟି ପିଟି ଜିରେଙ୍କୁ ମାରିଦେଇଥିଲେ। ଧରା ପଡ଼ିଯିବା ଭୟରେ ସେ ମୃତଦେହକୁ ଘରେ ଲୁଚାଇ ରଖିଥିଲେ ଓ ଫେରାର ହୋଇଯାଇଥିଲେ। ତେବେ ଗତକାଲି ଜିରେଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ଜାଣିବା ପରେ ଶରତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହା ସହିତ ଗୁରାଙ୍କ ବାପାମା’ଓ ପ୍ରଥମ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.