Odisha Link
Bridging the Missing Links in Odisha

ଟ୍ରମ୍ପ କ’ଣ ଭଗବାନ କି?, ତାଙ୍କୁ ୭୦ ଲକ୍ଷ ଲୋକ ସ୍ବାଗତ କରିବେ: ଅଧୀର ରଞ୍ଜନ

ନୂଆଦିଲ୍ଲୀ: ଆସନ୍ତା ୨୪ ଓ ୨୫ରେ ଆମେରିକା ରାଷ୍ଟ୍ରପତି ଡ୍ରୋନାଳ୍ଡ ଟ୍ରମ୍ପ୍‌ ଭାରତ ଗସ୍ତରେ ଆସୁଛନ୍ତି। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ କରିଛି। କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ ଟ୍ରମ୍ପଙ୍କ ଭାରତଗସ୍ତକୁ ନେଇ କହିଛନ୍ତି ଯେ, ନିଜର ସୁବିଧା ପାଇଁ ଟ୍ରମ୍ପ ଭାରତ ଆସୁଛନ୍ତି। ଟ୍ରମ୍ପ ଭାରତର ସୁବିଧା କଥା ଦେଖିବେ ନାହିଁ ।

୭୦ ଲକ୍ଷ ଲୋକଙ୍କ ଦ୍ବାରା ଟ୍ରମ୍ପଙ୍କ ସ୍ବାଗତ କରାଯିବା କଥାକୁ ନେଇ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, “ଟ୍ରମ୍ପ କଣ ଭଗବାନ, ସେ ତ ଆମ ପାଇଁ କେବଳ ଆମେରିକା ରାଷ୍ଟ୍ରପତି।” ଏଥିସହିତ ପ୍ରଶ୍ନ କରିଛନ୍ତି ଯେ, ଜଣେ ରାଷ୍ଟ୍ରପତିଙ୍କ ପାଇଁ ୭୦ ଲକ୍ଷ ଲୋକଙ୍କୁ ଠିଆ କରିବାର କେତେ ଜରୁରୀ।

ଭାରତ ଗସ୍ତ ପୂର୍ବରୁ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୂରି ପ୍ରଶଂସା କରିଛନ୍ତି। ଟ୍ରମ୍ପ ପ୍ରଶଂସା କରି କହିଛନ୍ତି ଯେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଁ ବହୁତ ପସନ୍ଦ କରେ। ପିଏମ ମୋଦି ମତେ କହିଛନ୍ତି ଯେ, ଏୟାରପୋର୍ଟ ଓ ଷ୍ଟାଡିୟମ ମଧ୍ୟରେ ୭୦ ଲକ୍ଷ ଲୋକ ଉପସ୍ଥିତ ରହିବେ ବୋଲି କହିଛନ୍ତି ଟ୍ରମ୍ପ।

Comments are closed.