Odisha Link
Bridging the Missing Links in Odisha

ଧାରା ୩୭୧ ଉଚ୍ଛେଦ କରିବେ ନାହିଁ ସରକାର: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅରୁଣାଚଳ ପ୍ରଦେଶ ଗସ୍ତରେ ଅଛନ୍ତି। ଆୟୋଜିତ ଏକ ସଭାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଧାରା ୩୭୦ ଉଚ୍ଛେଦ ପରେ ଧାରା ୩୭୧କୁ ଉଚ୍ଛେଦ କରାଯିବା ନେଇ ଭ୍ରମ ସୃଷ୍ଟି କରାଯାଉଛି। ହେଲେ ସେହିଭଳି କିଛି ହେବ ନାହିଁ ବୋଲି କହିଛନ୍ତି ଅମିତ ଶାହ।

ଅମିତ ଶାହ ଆହୁରି କହିଛନ୍ତି ଯେ, ୩୩ ବର୍ଷ ତଳେ ଆଜିର ଦିନରେ ଅରୁଣାଚଳ ପ୍ରଦେଶ ରାଜ୍ୟର ସ୍ଥାପନା ହୋଇଥିଲା। ବିଗତ ୬ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେମା ଖାଣ୍ଡୁଙ୍କ ନେତୃତ୍ବରେ ଦ୍ରୁତଗତିର ବିକାଶ ହୋଇଛି। ନର୍ଥ-ଇଷ୍ଟ ଭାରତ ପାଇଁ ସର୍ବଦା ଗୁରୁତ୍ବପୂର୍ଣ୍ଣ। ଭାରତର ସଂସ୍କୃତି ନର୍ଥ-ଇଷ୍ଟର ସଂସ୍କୃତି ବିନା ଅଧୁରା।

ଏଥିସହିତ ସେ ଆହୁରି କହିଛନ୍ତି ଯେ, ଅଗଷ୍ଟ ମାସରେ ଧାରା ୩୭୦ ଉଚ୍ଛେଦ କରିବାର ନିଷ୍ପତ୍ତି ନିଆଯାଇଥିଲା। ହେଲେ ସେହି ସମୟରେ ଧାରା ୩୭୧କୁ ମଧ୍ୟ ଉଚ୍ଛେଦ କରିଯିବା ବୋଲି ମଧ୍ୟ ଭ୍ରମ ସୃଷ୍ଟି କରାଯାଇଥିଲା। ହେଲେ ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଧାରା ୩୭୧ ଉଚ୍ଛେଦ ହେବ ନାହିଁ କି ଉଚ୍ଛେଦ ମଧ୍ୟ କରି ପାରିବେ ନାହିଁ ବୋଲି ଅମିତ ଶାହ କହିଛନ୍ତି।

Comments are closed.