Odisha Link
Bridging the Missing Links in Odisha

ଅଟୋରେ ସ୍କୁଲ୍‌ ପିଲା ଗଲେ କାର୍ଯ୍ୟାନୁଷ୍ଠାନ!

ବ୍ରହ୍ମପୁର: ଅଟୋରେ ସ୍କୁଲ୍‌ ପିଲା ଗଲେ ସେ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ବ୍ରହ୍ମପୁର ଦିଗପହଣ୍ଡିରେ ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଅଟୋରୁ ଖସି ୫ ବର୍ଷର ଛାତ୍ରର ମୃତ୍ୟୁ ମାମଲାର ତଦନ୍ତ ହେବ। ଏଥିସହ ଅଟୋରେ ସ୍କୁଲ୍‌ ପିଲାଙ୍କୁ ନିଆ ନଯିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯିବ ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଖୁବ୍‌ ଶ୍ରୀଘ୍ର ରାଜ୍ୟ ସରକାର ଏନେଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶନାମା ଦେବେ। ସରକାରଙ୍କ ନିର୍ଦ୍ଦେଶ ଅମାନ୍ୟ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comments are closed.