Odisha Link
Bridging the Missing Links in Odisha

‘କରୋନା’ ଆତଙ୍କ: ୨୧୨୮ ମୃତ

ବେଜିଂ: ଚୀନରୁ ବିଶ୍ବର ୨୯ଟି ଦେଶକୁ ବ୍ୟାପି ସାରିଲାଣି କରୋନା ଭାଇରସ୍। କରୋନା ଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି। କରୋନା ଭାଇରସ୍ ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୧୨୮ରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାର୭୨୮କୁ ବୃଦ୍ଧି ପାଇଛି। ହୁବେଇ ସ୍ବାସ୍ଥ୍ୟ କମିଶନ କହିଛନ୍ତି, କେବଳ ବୁଧବାର ଗୋଟିଏ ଦିନରେ ରାଜ୍ୟରେ କରୋନା ଭାଇରସ୍ ଯୋଗୁଁ ୧୧୪ ଜଣଙ୍କର ମୃତ୍ୟୁ ହୋଇଛି।

ସମଗ୍ର ବିଶ୍ବରେ କରୋନା ଭାଇରସ୍ ଯୋଗୁଁ ୨ ହଜାର ୧୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଚୀନରେ ମୃତକଙ୍କ ସଂଖ୍ୟା ହେଉଛି ୨ ହଜାର ୧୧୮। ମୃତକଙ୍କ ସଂଖ୍ୟା ଉହାନ ସହରରେ ସର୍ବାଧିକ ବୋଲି ଜଣାପଡ଼ିଛି। କରୋନା ପାଇଁ ବିଶ୍ବର ପ୍ରାୟ ୨୯ଟି ଦେଶ ସୁନିଶ୍ଚିତ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ସେମାନେ ଚୀନ୍ ସହ ବାଣିଜ୍ୟିକ ଯାତ୍ରା ଓ ଅନ୍ୟାନ୍ୟ ଯାତ୍ରା ସମ୍ବନ୍ଧୀୟ ସଂପର୍କ ରଖିବେ ନାହିଁ।

Comments are closed.