Odisha Link
Bridging the Missing Links in Odisha

୩ଲକ୍ଷ ଟଙ୍କାର ଗଞ୍ଜେଇ ବୋଝେଇ ଗାଡ଼ି ଜବତ

ଲମତାପୁଟ: ମାଛକୁଣ୍ଡ ଓ ଲମତାପୁଟ ପୋଲିସର ମିଳିତ ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ବୋଝେଇ ମହିନ୍ଦ୍ରା ମେକ୍ସିମା ଗାଡି ଜବତ ହୋଇଥିବା ବେଳେ ଜଣକୁ ଗିରଫ କରାଯାଇଛି। ଗୁନେଇପଡା ମାକୀଡି ଛକ ନିକଟରେ ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ମହିନ୍ଦ୍ରା ମେକ୍ସିମାକୁ ଅଟକାଇ ପୋଲିସ ଯାଞ୍ଚ କରିଥିଲା। ଗାଡି ଯାଞ୍ଚ କରିବାରୁ ପ୍ରାୟ ୬୦କେ.ଜି. ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲା।

ଜବତ ଗଞ୍ଜେଇ ମାଛକୁଣ୍ଡ ଅଞ୍ଚଳରୁ ଜୟପୁର ଚୋରାରେ ଚାଲାଣ ହେଉଥିଲା। ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରିଛି ପୋଲିସ। ପୋଲିସ ଗାଡି ଯାଞ୍ଚ କରିବା ପରେ ଗାଡିରେ ଲାଗି ଥିବା ନମ୍ବରକୁ ଆଧାର କରି ଏହି ଗାଡି କାହାର ଏବଂ ଏହି ଗଞ୍ଜେଇ କାହା ପାଖକୁ ଚୋରା ଚାଲାଣ ହେଉଥିଲା ପୋଲିସ ଯାଞ୍ଚ କରୁଛି। ସେପଟେ ଗିରଫ ଡ୍ରାଇଭର ରବି ପରଜା ବୌପାରିଗୁଡା ବ୍ଲକ ସୁକୁପଦର ଗ୍ରାମ ବୋଲି ପୋଲିସ ଜାଣିବାକୁ ପାଇଛି। ଅଟକ ଯୁବକକୁ ପୋଲିସ ପଚାରଉଚରା କରୁଛି। ଏଥିରେ ସ୍ଥାନୀୟ ଯୁବକଙ୍କ ସମପୃକ୍ତି ଥିବା ଜାଣିବାକୁ ପାଇଛି ପୋଲିସ । ପୋଲିସ ସୂଚନା ଅନୁଯାଇ ସମ୍ପୃକ୍ତ ଯୁବକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Comments are closed.