Odisha Link
Bridging the Missing Links in Odisha

‘ଇଣ୍ଡିଆନ୍ ୨’ ସୁଟିଂ ସେଟ୍‌ରେ ଦୁର୍ଘଟଣା: ୩ ମୃତ, ୧୦ ଗୁରୁତର

ଚେନ୍ନାଇ: ଚେନ୍ନାଇରେ ଏକ ସୁଟିଂ ସେଟରେ ଘଟିଛି ବଡ ଦୁର୍ଘଟଣା। କ୍ରେନ୍ ଖସି ପଡି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ ୨’ର ସୁଟିଂ ସମୟରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିନେତା କମଲ ହାସନ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।

ଏହି ଫିଲ୍ମରର ସୁଟିଂ କାର୍ଯ୍ୟ ଚେନ୍ନାଇ ନିକଟବର୍ତ୍ତୀ ଇଭିପି ଫିଲ୍ମ ସିଟିରେ ଚାଲିଥିବା ବେଳେ ହଠାତ୍ ଏକ କ୍ରେନ୍ ଭାଙ୍ଗିଯାଇଥିଲା। ମୃତକଙ୍କ ମଧ୍ୟରେ ଚଳଚିତ୍ରର ସହକାରୀ ନିର୍ଦ୍ଦେଶକ କ୍ରିଷ୍ଣା, ନିର୍ଦ୍ଦେଶକ ଶଙ୍କରଙ୍କ ବ୍ୟକ୍ତିଗତ ସହାୟକ ମଧୁ ଓ ଅନ୍ୟ ଜଣେ କର୍ମଚାରୀ ଚନ୍ଦ୍ରନ ଅଛନ୍ତି। ଘଟଣାକୁ ନେଇ କମଲ ହାସନ ଟ୍ବିଟ୍ କରି ଦୁଃଖ ପ୍ରକାଶ କରିବା ସହ ଏହି ଅଘଟଣ ପାଇଁ ମୃତକଙ୍କ ପରିବାକୁ ସମବେଦନା ଜଣାଇଛନ୍ତି।

Comments are closed.