Odisha Link
Bridging the Missing Links in Odisha

ଚୀନ ନୁହେଁ, ବାଂଲେଦାଶୀ ଜାହାଜ!

ଭଦ୍ରକ: ଧାମରାରେ ଚୀନ ଜାହାଜ ଲାଗିଥିବା ଗୁଜବକୁ ନେଇ ସୂଚନା ଦେଇଛନ୍ତି ଭଦ୍ରକ ଏଡିଏମ୍‌। ଭଦ୍ରକ ଏଡିଏମ୍‌ ଶ୍ୟାମଭକ୍ତ ମିଶ୍ର କହିଛନ୍ତି ଯେ, ଭଦ୍ରକ ଧାମରା ବନ୍ଦରରେ ଲାଗି ଥିବା ଜାହାଜ ଚୀନ ଜାହାଜ ନୁହେଁ ବାଂଲେଦାଶୀ ଜାହାଜ ଅଟେ। ଜାହାଜରେ ଥିବା ୪୪ ଜଣ ସଦସ୍ୟଙ୍କର ମେଡିକାଲ ଯାଞ୍ଚ କରାଯାଇଛି। ମେଡିକାଲ ରିପୋର୍ଟରେ ସେମାନଙ୍କ ଠାରେ କୌଣସି ସଂକ୍ରମଣର ସୂଚନା ନାହିଁ।

ଧାମରାରେ ଚୀନ ଜାହାଜ ଲାଗିଥିବା ନେଇ ଆଶଙ୍କା କରାଯାଉଥିଲା। ଫଳରେ ଧାମରା ବନ୍ଦରର କର୍ମଚାରୀଙ୍କ ଭିତରେ କୋକୁଆ ଭୟ ଖେଳି ଯାଇଥିଲା। ସେମାନେ ଏହାକୁ ତୀବ୍ର ବିରୋଧ କରି ଜାହାଜର ପତାକା କାଢ଼ି ଦେଇଥିଲେ ବୋଲି ସୂଚନା ମିଳିଥିଲା । ଦୁଇଟି ଜାହାଜରେ ଆଇରନ ପ୍ଲେଟ୍ ଏବଂ କୋଇଲା ଭର୍ତ୍ତି ହୋଇ ଆସିଥିବାର ସୂଚନା ମିଳିଛି।

Comments are closed.