Odisha Link
Bridging the Missing Links in Odisha

ଟ୍ରମ୍ପ୍‌ଙ୍କ ୨୨କିମି ରୋଡ ଶୋରେ ୧ରୁ ୨ଲକ୍ଷ ଲୋକ ଉପସ୍ଥିତ ରହିବେ: ଅହମଦାବାଦ ନିଗମ କମିଶନର

ଅହମଦାବାଦ: ଆସନ୍ତା ୨୪ରେ ୨ଦିନିଆ ଗସ୍ତରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ଏଥିପାଇଁ ଟ୍ରମ୍ପଙ୍କ ଅହମଦାବାଦ ଗସ୍ତ ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି। ଅହମଦାବାଦ ନଗର ନିଗମ, ଜିଲ୍ଲା ପ୍ରଶାସନର କାର୍ଯ୍ୟ ଉପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ କାର୍ଯ୍ୟ ତଦାରଖ କରିଛୁନ୍ତି।

ଫେବୃଆରୀ ୨୪ରେ ଅହମଦାବାଦରେ ହେବାକୁ ଥିବା ୨୨ କିଲୋମିଟରର ରୋଡ ଶୋ ସମୟରେ ରାସ୍ତାର ୨ ପାର୍ଶ୍ବରେ ୧ ଲକ୍ଷରୁୁ ୨ଲକ୍ଷ ପର୍ଯ୍ୟନ୍ତ ଲୋକଙ୍କ ସମାଗମ ହୋଇପାରେ ବୋଲି ଆକଳନ କରାଯାଉଛି। ଟ୍ରମ୍ପ ଏକ ଭିଡିଓ ଶେୟାର କରି କହିଥିଲେ ଯେ, ରୋଡ ଶୋ ସମୟରେ ୭୦ ଲକ୍ଷ ଲୋକ ଉପସ୍ଥିତ ରହିବେ। ହେଲେ ସୂଚନା ଥାଉକି ଅହମଦାବାଦର ମୋଟ ଲୋକସଂଖ୍ୟା ୭୦ ରୁ ୮୦ ଲକ୍ଷ।

ଅହମଦାବାଦ ନଗର ନିଗମ ଅଧ୍ୟକ୍ଷ ବିଜୟ ନେହେରା କହିଛନ୍ତି ଯେ, ୨୪ ତାରିଖରେ ହେବାକୁ ଥିବା ରୋଡ ଶୋ ସମୟରେ ପ୍ରାୟ ୧ଲକ୍ଷ ଲୋକଙ୍କ ସମାଗମର ହେବାର ଆଶା କରାଯାଉଛି। ରୋଡ ଶୋର ମାର୍ଗ ଯୋଜନା ଅନୁଯାୟୀ ଟ୍ରମ୍ପ ଓ ମୋଦି ବିମାନ ବନ୍ଦରରୁ ସର୍ବପ୍ରଥମେ ସାବରମତୀ ଆଶ୍ରମ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ରୋଡ ଶୋ ୨୨ କିଲୋମିଟରର ହେବ ଯାହା ଅହମଦାବାଦ ଏୟାରପୋର୍ଟରୁ ଆରମ୍ଭ ହୋଇ ମୋଟେରା ଷ୍ଟାଡିୟମ୍‌ରେ ଶେଷ ହେବ।

Comments are closed.