Odisha Link
Bridging the Missing Links in Odisha

ପୋଲ ତଳେ ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍

ସମ୍ବଲପୁର: ସମ୍ବଲପୁର ଦୁବେସିଙ୍ଗା ପୋଲ ନିକଟରେ ପଡ଼ିଛି ପୁଳା ପୁଳା ୫ ଶହ ଟଙ୍କିଆ ନୋଟ୍। ଏହି ସବୁ ନୋଟ୍ ଗୁଡ଼ିକ ମଧ୍ୟରୁ କିଛି ନୋଟ୍‌ ଉଇ ଖାଇଥିବା ଯାଇଥିବାବେଳେ ଆଉ କିଛି ନୋଟ୍‌ ଚିରି ଯାଇଛି। ଗତ ୪ ଦିନ ହେବ ଲକ୍ଷାଧିକା ଟଙ୍କା ଖଣ୍ଡଖଣ୍ଡ ହୋଇ ପଡିରହିଛି। ଏନେଇ ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସବୁ ନୋଟ୍‌କୁ ଜବତ କରିଛି। ସବୁ ନୋଟ୍‌ ନୂଆ ୫୦୦ ଶହ ଟଙ୍କିଆ ନୋଟ୍‌ ବୋଲି ଜଣାପଡ଼ିଛି ଯେଲେ ଏହା ଅସଲି ନା ନକଲି ତାହା ସ୍ପଷ୍ଟ ହୋଇ ନାହିଁ।

ଏହି ଟଙ୍କା ଗୁଡ଼ିକୁ ଅସୁରକ୍ଷିତ ଭାବେ ରଖାଯାଇଥିବାରୁ ଏଥିରେ ଉଇ ଖାଇ ଯାଇଛି। ବିପୁଳ ପରିମାଣର ଟଙ୍କା ଗଚ୍ଛିତ ରଖି ଥିବାରୁ ଧରା ପଡ଼ିଯିବା ଭୟରେ ପୁଲିସ୍‌କୁ ସୂଚନା ନ ଦେଇ କେହି ଏପରି ଅବସ୍ଥାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ହେଲେ ଏତେ ପରିମାଣର ଟଙ୍କା ଫିଙ୍ଗିଛି ପୁଲିସ୍‌ ଏହାର ତଦନ୍ତ କରୁଛି।

Comments are closed.