Odisha Link
Bridging the Missing Links in Odisha

ପାହାଡ଼ରୁ ପଥର ଖସି ୧୫ ଆହତ

ରାଉରକେଲା: ଶିବରାତ୍ରୀ ଅବସରରେ ବଡ଼ ଅଘଟଣ ଘଟିଛି। ପାହାଡ଼ ଉପରେ ଥିବା ମନ୍ଦିରରେ ଦର୍ଶନ ବେଳେ ପଥର ଖସି ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ହାତୀବାରି ଥାନା କନ୍ଦରକେଲା ଜଟିଆ ବାବା ପାହାଡ଼ରୁ ପଥର ଖସିବାରୁ ଏହି ଅଘଟଣ ଘଟିଛି। ଶ୍ରଦ୍ଧାଳୁମାନେ ଯା’ ଆସ କଲା ବେଳେ ପହାଡ଼ରୁ ହଠାତ ପଥର ଖସିପଡ଼ିଥିଲା। ଏଥିରେ ୧୫ରୁ ଊର୍ଦ୍ଧ୍ବ ଆତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି । ଗୁରୁତରମାନଙ୍କୁ ରାଉରକେଲା ଆରଜିଏଚରେ ଭର୍ତ୍ତି କରାଯାଇଛି। ପଥର ଖସିବା ସ୍ଥଳରେ ଆଉ କିଛି ଭକ୍ତ ଫସିଥିବା ଆଶଙ୍କା କରାଯାଉଛି। ଉଦ୍ଧାର ପାଇଁ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଯାଇଥିବା ଜଣାଯାଇଛି। ପୁଲିସ ସହ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ଜଣାଯାଇଛି।

Comments are closed.