Odisha Link
Bridging the Missing Links in Odisha

ଦ୍ୱିତୀୟଥର ପାଇଁ ମା’ ହେଲେ ଶିଳ୍ପା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବହୁତ ଜଲଦି ଏକ ଖୁସି ଖବର ଦେବାକୁ ଯାଉଛନ୍ତି । ସେ ଦ୍ବିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି । ଶିଳ୍ପା ଏହା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସରୋଗେସି ପଦ୍ଧତି ଆପଣାଇ ଫେବୃୟାରୀ ୧୫ରେ ତାଙ୍କର ଏକ ଝିଅ ହୋଇଥିବା ସେ କହିଛନ୍ତି । ଏହାସହ ଝିଅର ହାତ ସେ ଇନଷ୍ଟାଗ୍ରାମରେ ଶେୟାର କରି ଝିଅର ନାଁ ସମୀଷା ସେଟ୍ଟୀ ଦେଇଛନ୍ତି। ଫଟୋ ଶେୟାର କରି ଓମ୍‌ ଗଣେଶାୟ ନମଃ, ଆମ ପ୍ରାର୍ଥନାର ଆଜି ଫଳ ମିଳିଛି ।

https://www.instagram.com/p/B80Uq2RB3yj/

ଆମ ଘରକୁ ଆଜି ଲିଟିଲ୍‌ ଆଞ୍ଜେଲ ଆସିଛି ବୋଲି ଶିଳ୍ପା କହିଛନ୍ତି । ସେ ୨୦୦୯, ନଭେମ୍ବର ୨୨ରେ ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ।

Comments are closed.