Odisha Link
Bridging the Missing Links in Odisha

ନିର୍ମାଣ ହେଉଛି ସିନେମା ‘ଅନୁ ମ୍ୟାଡମ୍‌’

ଭୁବନେଶ୍ୱର : ଓଲିଉଡ ଅଭିନେତ୍ରୀ ଅନୁ ଚୌଧୁରୀଙ୍କୁ ଦର୍ଶକ ଖୁବ ଶୀଘ୍ର ଏକ ସିନେମାରେ ଦେଖିବାକୁ ମିଳିବ । ସିନେମାଟିର ନାଁ ହେଉଛି ‘ଅନୁ ମ୍ୟାଡମ୍‌’। ତାଙ୍କୁ ଏଥିରେ ଅଧ୍ୟାପିକା ଭୂମିକାରେ ଦେଖିବାକୁ ମିଳିବ ।

ତେବେ ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ତାଡ଼କି ଗାଁରେ ସିନେମାର ଶୁଟିଂ ଆରମ୍ଭ ହୋଇ ସାରିଛି । ସିନେମାର ନିର୍ଦ୍ଦେଶନା ଭାର ତାପସ ସରଘରିଆ ସମ୍ଭାଳିଥିବା ବେଳେ ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି ଶୁଭେନ୍ଦୁ ସାହୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିଲ୍‌ କୁମାର ।

ସିନେମାଟି ଅନ୍ତର୍ଜାତୀୟ ମହିଳ ଦିବସ ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ।  ଅନୁ ଅନେକ ସିନେମାରେ କାମ କରି ନିଜକୁ ଜଣେ ଭଲ ଅଭିନେତ୍ରୀ ଭାବରେ ଗଢ଼ି ତୋଳିଛନ୍ତି । ସେ ୫୦ରୁ ଅଧିକ ସିନେମାରେ କାମ କରିଛନ୍ତି ।

Comments are closed.