Odisha Link
Bridging the Missing Links in Odisha

ଶିବ ଦର୍ଶନ ବେଳେ ପଥର ଖସି ୩ ଆହତ

ବୀରମିତ୍ରପୁର: ଆଜି ମହାଶିବରାତ୍ରି ତଥା ଜାଗରଯାତ୍ରା ହୋଇଥିବାରୁ ରାଜ୍ୟର ଅଧିକାଂଶ ଶୈବପୀଠମାନଙ୍କରେ ସକାଳୁ ଭିଡ଼ ଆରମ୍ଭ ହୋଇଯାଇଛି। ପଞ୍ଚାକ୍ଷରୀ ମନ୍ତ୍ରରେ ଫାଟିପଡ଼ୁଛି ଶୈବପୀଠ। ମହାଦେବଙ୍କ ଦର୍ଶନ ପାଇଁ ସବୁ ଶୈବାଳୟରେ ଲାଗିଛି ଭକ୍ତଙ୍କ ଭିଡ଼। ଶିବ ଦର୍ଶନ ବେଳେ ଅଘଟଣ ଘଟିଛି । ମନ୍ଦିର ପାଖରେ ପଥର ଖସି ୩ ଜଣ ଆହତ ହୋଇଛନ୍ତି। ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡ଼ିରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ହଠାତ ପାହାଡ଼ ଖୋଲରୁ ପଥର ଖସିପଡ଼ିଥିଲା। ଫଳରେ ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହାତୀବାରି ପ୍ରାଥମିକ ଚିକିତ୍ସାଳୟରେ ଆଶୁ ଚିକିତ୍ସା ପରେ ଆରଜିଏଚକୁ ସ୍ଥାନାନ୍ତର କରାଯାଇଛି। ଆହତଙ୍କ ମଧ୍ୟରେ ୨ ବର୍ଷର କୁନି ପୁଅ ଓ ୨୪ ବର୍ଷୀୟ ଯୁବତୀ ଓ ଜଣେ ମହିଳା ଅଛନ୍ତି ।

Comments are closed.