Odisha Link
Bridging the Missing Links in Odisha

ଅବସର ନେଲେ ପ୍ରଜ୍ଞାନ ଓଝା

ଭୁବନେଶ୍ବର:  ଓଡ଼ିଆ କ୍ରିକେଟିୟର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ ଟ୍ଵିଟ କରି ଘୋଷଣା କରିଛନ୍ତି।
ନିଜର ଟ୍ଵିଟ ସହ ଏକ ପତ୍ର ସେ ସେୟାର କରିଛନ୍ତି। ଏହି ପତ୍ର ମାଧ୍ୟମରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ଟିମ ସହକର୍ମୀ ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ଯୋଗଦାନ ଦେଇଚାଲିବେ ବୋଲି ସେ କହିଛନ୍ତି।
୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ବାମହାତୀ ସ୍ପିନର ପ୍ରଜ୍ଞାନ ମୋଟ ୧୮ଟି ଏକଦିବସୀୟ ମ୍ୟାଚ ଖେଳି ମୋଟ ୨୧ଟି ଓ୍ଵିକେଟ ନେଇଛନ୍ତି। ଏହା ପରବର୍ଷ ଅର୍ଥାତ ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି। ଆଇପିଏଲରେ ସେ ପ୍ରଥମେ ଡେକାନ ଚାର୍ଜର୍ସ ଓ ପରେ ମୁମ୍ବଇ ଇଣ୍ଡିଆନ ତରଫରୁ ଖେଳିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ହାଇଦ୍ରାବାଦ ପାଇଁ ଖେଳୁଥିଲେ।

Comments are closed.