Odisha Link
Bridging the Missing Links in Odisha

ରସ୍ତାରେ ଧାନବସ୍ତା ରଖି ଆନ୍ଦୋଳନ କଲେ ଚାଷୀ

କୁଚିଣ୍ଡା: ଦ୍ୱିତୀୟ ଦିନ ଲାଗି ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ତେବେ ଏ ଯାଏଁ କୌଣସି ପ୍ରଶାସନିକ ଅଧିକାରୀ ଆନ୍ଦୋଳନସ୍ଥଳରେ ଆସିନାହାନ୍ତି। ଫଳରେ ଜାତୀୟ ରାଜପଥର ଉଭୟ ପଟେ ଶହ ଶହ ଗାଡି ମଟର ଠିଆ ହୋଇ ରହିଛି। ଦେବଗଡରୁ ସମ୍ବଲପୁର ଯାତାୟତ ଠପ୍ ହୋଇଯାଇଛି।

୨୦୧୮ ମସିହା ଫସଲବୀମା କରିଥିବା ଚାଷୀ କ୍ଷତିପୂରଣ ପାଇଁ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସୁଥିଲେ ବି ଏ ଯାଏଁ ବୀମା ରାଶି ପାଇନାହାନ୍ତି। ଏହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଚାଷୀ। ଜମନକିରା ବ୍ଲକର ଲେମ୍ପସ, ସମବାୟ ବ୍ୟାଙ୍କ, ତହସିଲ ଅଫିସ ଓ ବ୍ଲକ ଅଫିସରେ ତାଲା ପକାଇଦେଇଛନ୍ତି। ପୂର୍ବରୁ ଏହି ଦାବିରେ ବିଭିନ୍ନ ଚାଷୀ ସଙ୍ଗଠନ ପକ୍ଷରୁ ଗଣଧାରଣା, ମହାବନ୍ଦ, ରେଳରୋକ ଓ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା। କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଚାଷୀଙ୍କ ଆନ୍ଦୋଳନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Comments are closed.