Odisha Link
Bridging the Missing Links in Odisha

ଯୁବକଙ୍କ ମୃତଦେହ ଉଦ୍ଧାର

ମୋହନା : ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ବୁଢ଼ାନିଲଡ୍ଡୀ ଗାଁ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତଚଙ୍କ ନାଁ ନନ୍ଦ ନାୟକ । ତାଙ୍କ ଘର ଝିଲିକି ଗାଁରେ ।

ଗତକାଲି ସନ୍ଧ୍ୟାରେ ନନ୍ଦ ନାୟକ ବୁଢାନିକଡ୍ଡୀ ଗାଁ ନିକଟସ୍ଥ ଜଙ୍ଗଲକୁ ସଲପ ମଦ ଆଣିବାକୁ ଯାଇଥିଲେ । କିନ୍ତୁ ରାତିରେ ଆଉ ଘରକୁ ଫେରି ନଥିଲେ । ଆଜି ସକାଳେ ତାଙ୍କ ପରିବାର ଲୋକେ ଜଙ୍ଗଲରେ ତାଙ୍କ ମୃତଦେହ ମୁହଁ ମାଡି ପଡ଼ିଥିବା ଦେଖି ପୁଲିସ୍‌କୁ ଜଣାଇଥିଲେ ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଛି । ନନ୍ଦ ନାୟକଙ୍କୁ କେହି ମାରି ଫିଙ୍ଗି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Comments are closed.