ସଂପର୍କ କାଟିଲା ସଂପର୍କକ୍ରାନ୍ତି !

ଗାଜିଆବାଦ: ଏଥରେ ନୁହେଁ ଦୁଇ ଥର ଅଲଗା ହେଲାଣି ସଂପର୍କକ୍ରାନ୍ତି ଏକ୍ସପ୍ରେସ୍। ନିଜ ଗମନାଗମନ ରାସ୍ତାରେ ଦୁଇ ଥର ଇଞ୍ଜିନ୍ରୁ ବଗି ଅଲଗା ହୋଇଛି । ଓଡିଶା-ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍ର ବଗି ୨ଥର ଅଲଗା ହୋଇଯାଇଛି। ଇଞ୍ଜିନ୍ରେ ବଗି ଯୋଡିହେବା ପରେ ଏବେ ଟ୍ରେନ୍ ଷ୍ଟେସନ ଛାଡିଛି।
ମିଳିଥିବା ସୂଚନା ଅନୁସାରେ, ଓଡିଶା ସମ୍ପର୍କକ୍ରାନ୍ତି ଟ୍ରେନ ଯାତ୍ରୀ ନେଇ ଓଡିଶା ଅଭିମୁଖେ ଫେରୁଥିଲା। କିନ୍ତୁ ଟ୍ରେନ୍ ଯାତ୍ରା ସମୟରେ ଶୁକ୍ରବାର ସକାଳ ସମୟରେ ଗାଜିଆବାଦ ଷ୍ଟେସନ୍ରୁ କିଛି ବାଟ ଆସିବା ପରେ ଟ୍ରେନ୍ ଇଞ୍ଜିନ୍ରୁ ବଗି ଅଲଗା ହୋଇଯାଇଥିଲା । ଟ୍ରେନରେ ଥିବା ଅଧିକାରୀ ଓ ରେଳ କର୍ମଚାରୀ ଖବର ପାଇ ଅଲଗା ହୋଇଥିବା ବଗି ଓ ଇଞ୍ଜିନକୁ ଯୋଡି ଥିଲେ। ଏବଂ ଟ୍ରେନ୍କୁ ଆଗାମୀ ଯାତ୍ରା ନିମନ୍ତେ ସୂଚନା ଦେଇଥିଲା।
ସେହିପରି କିଛି ବାଟ ଆସିବା ପରେ ଆଲିଗଡ ହତାରସ ଷ୍ଟେସନ ନିକଟରେ ପୁଣି ଥରେ ଇଞ୍ଜିନ୍ରୁ ବଗି ଅଲଗା ହୋଇଯାଇଥିଲା। ପୂର୍ବଥର ଭଳି କର୍ମଚାରୀ ପହଞ୍ଚି ଉଭୟ ଇଞ୍ଜିନ ଓ ବଗିକୁ ଯୋଡି ଯାତ୍ରା ଆରମ୍ଭ କରିବା ପାଇଁ ଅନୁମତି ଦେଇଥିଲା। ଟ୍ରେନ୍ଟି ଓଡିଶା ଅଭିମୁଖେ ଯାତ୍ରା କରୁଛି। ତେବେ କିପରି ଯାତ୍ରା ସମୟରେ ୨ଥର ଇଞ୍ଜିନ୍ ଓ ବଗି ଅଲଗା ହୋଇଯାଇଛି। ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।