Odisha Link
Bridging the Missing Links in Odisha

ପୋଖରିକୁ ଓଲଟିଲା ଭ୍ୟାନ

ଉଦଳା : ମନ୍ଦିର ଯିବା ସମୟରେ ଘରୁ ବାହାରୁ ବାହାରୁ ଘଟିଲା ଦୁର୍ଘଟଣା । ଘର ସାମ୍ନାରେ ଥିବା ପୋଖରୀ ଭିତରକୁ ପଶି ଓଲଟି ପଡ଼ିଲା ଗାଡ଼ି । ତେବେ ଏଥିରେ କାହାରି କିଛି ହୋଇନାହିଁ । ଗାଡ଼ିରେ ବସିଥିବା ସମସ୍ତ ଲୋକ ସୁରକ୍ଷିତ ଅଛନ୍ତି। ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ।

ଉଦଳାର ସର୍ବପୁରାତନ ମଣିନାଗେଶ୍ୱର ମନ୍ଦିର ନିକଟରେ ରହନ୍ତି ସଞ୍ଜିତ କୁମାର ସାହୁ । ଆଜି ମହାଶିରାତ୍ରୀ ଥିବାରୁ ତାଙ୍କ ପରିବାର ଲୋକେ ମନ୍ଦିର ଯିବାକୁ ବାହାରି ଥିଲେ। ହେଲେ ଘରୁ ବାହାରୁ ବହାରୁ ସେମାନଙ୍କ ଭ୍ୟାନ୍‌ଟି ଭାରସାମ୍ୟ ହରାଇ ଘର ସମ୍ମୁଖରେ ଥିବା ପୋଖରୀରେ ପଶିଯାଇଥିଲା ।

ଏହା ପରେ ପରେ ଗାଡ଼ି ଓଲଟି ପଡ଼ିଥିଲା। ସଙ୍ଗେ ସଙ୍ଗେ ପୋଖରୀ ହୁଡ଼ାରେ ଥିବା ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ଗାଡ଼ିରେ ସଞ୍ଜିତଙ୍କ ପରିବାରର ୪ ଜଣ ସଦସ୍ୟ ବସିଥିଲେ। ତେବେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।

Comments are closed.