Odisha Link
Bridging the Missing Links in Odisha

ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୌଡ଼ିଲେ ୨୩୦ କିଲୋମିଟର

ଭୁବନେଶ୍ବର : ଭକ୍ତ ଓ ଭଗବାନଙ୍କ ସମ୍ପର୍କ ବହୁତ ନିବିଡ ହୋଇଥାଏ । ଭକ୍ତ ଯୋଉଠିବି ଥାଏ ଭଗବାନଙ୍କ ପାଖକୁ ଚାଲି ଆସିଥାଏ । ଜଣେ ଭକ୍ତ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ୨୩୦ କିଲୋମିଟର ଦୌଡ଼ି ଗୁରୁବାର ପୁରୀରେ ପହଞ୍ଚିଥିଲେ । ତାଙ୍କ ନାଁ ସୌରଭ ସେଠୀ । ବୟସ ୨୨ ବର୍ଷ । ତାଙ୍କ ଘର ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ।

ସୌରଭ ଯୁକ୍ତ ଦୁଇ ପାସ୍‌ କରିବା ପରେ ସେନାରେ ଯୋଗ ଦେବା ପାଇଁ ଅନେକ ଥର ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସେ ମହାପ୍ରଭୁଙ୍କ ଶରଣାପନ୍ନ ହୋଇଛନ୍ତି । ସେ ପ୍ରଥମେ ପ୍ରାୟ ୭୦ କିଲୋମିଟର ଦୌଡ଼ି ଘଟଗାଁ ପୀଠରେ ପହଞ୍ଚି ମାଆ ତାରିଣୀଙ୍କୁ ଦର୍ଶନ କରିଥିଲେ । ଏହାପରେ ଗତକାଲି ସେ ବନ୍ତରୁ ଦୌଡ଼ି ୨୩୦ କିଲୋମିଟର ରାସ୍ତା ଅତିକ୍ରମ କରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ଓ ଏଠାରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ।

ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସୌରଭଙ୍କୁ ଜିଲ୍ଲା କ୍ରୀଡ଼ା ଅଧିକାରୀ, ବରିଷ୍ଠ ସେବାୟତ ଓ କ୍ରୀଡ଼ାପ୍ରେମୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସୌରଭ କହିଛନ୍ତି ଯେ ମହାପ୍ରଭୁ ତାଙ୍କର ଦୁଃଖ ବୁଝିବେ ଓ ସେ ନିଶ୍ଚିତ ଭାବେ ସେନାରେ ଯୋଗ ଦେବେ ।

ସୌରଭଙ୍କ ଭାଇ ଅରୁଣ ସେଠୀ କହିଛନ୍ତି,“ ଚାକିରି ପାଇବା ଉଦ୍ଦେଶ୍ୟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ।”

Comments are closed.