ମେଲୋନିଆ ଟ୍ରମ୍ପଙ୍କ ଦିଲ୍ଲୀଗସ୍ତକୁ ନେଇ ରାଜନୀତି, ବିଜେପି କହିଲା…

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଦିଲ୍ଲୀ ସରକାରଙ୍କ ସ୍କୁଲକୁ ଭ୍ରମଣରେ ଯିବେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପଙ୍କ ପତ୍ନି ମେଲାନିଆ ଟ୍ରମ୍ପ। ଦକ୍ଷିଣ ଦିଲ୍ଲୀର ସ୍କୁଲରେ ହାପିନେସ୍ କ୍ଲାସ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାକୁ ଦେଖିବା ପାଇଁ ମେଲାନିଆ ଟ୍ରମ୍ପ୍ ଯିବେ। ହେଲେ ମେଲାନିଆ ଟ୍ରମ୍ପ୍ଙ୍କ ସ୍ବାଗତ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପ-ମୁଖ୍ୟମନ୍ତ୍ରୀ ମନୀଷ ଶିଶୋଦିଆ। କାରଣ ଏହି କାର୍ଯ୍ୟକ୍ରମରୁ ଉଭୟଙ୍କ ନାମ ଆଗରୁ ଥିଲା ପରେ ନାମକୁ ହଟାଇ ଦିଆଯାଇଛି। ଯାହାକୁ ନେଇ ରାଜନୀତି ଦେଖିବାକୁ ମିଳିଛି।
ଅପରପକ୍ଷେ ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି ଯେ, ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ରାଜନୀତି କରିବା ଠିକ୍ ନୁହେଁ । ଆୟୋାଜିତ କାର୍ଯ୍ୟକ୍ରମକୁ କିଏ ଆସିବ କିଏ ଆସିବ ନାହିଁ ସେ କଥା ଭାରତ ସରକାର ଆମେରିକା ସରକାରକୁ ସ୍ପଷ୍ଟୀକରଣ ଦେଇ ନଥାଏ। ଆମେରିକା ସରକାର ତହା ସ୍ପଷ୍ଟ କରିଥାନ୍ତି। ହେଲେ ଆମେ ତୁ ତୁ ମେଁ ମେଁ ରେ ପଡ଼ିବାକୁ ଚାହୁନାହୁଁ ବୋଲି କହିଛନ୍ତି ଶ୍ରୀ ପାତ୍ର।