Odisha Link
Bridging the Missing Links in Odisha

୧୦ ବର୍ଷ ପରେ ଘରକୁ ଫେରିଲା ପୁଅ

ପାରାଦୀପ : ଗଂଜାମ ଜିଲ୍ଲା ମେଣ୍ଟପୁରର ଜୟୀ ସ୍ୱାଇଁଙ୍କ ପୁଅ ସୁଦର୍ଶନ। ମାନସିକ ଭିନ୍ନକ୍ଷମ। ହଠାତ୍‌ ୧୦ ବର୍ଷ ତଳେ ଘରୁ କୁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ଅନେକ ଖୋଜା ଖୋଜି କରି ମଧ୍ୟ ତାଙ୍କର ପତ୍ତା ପାଇ ନ ଥିଲେ । କିନ୍ତୁ ୧୦ ବର୍ଷ ଧରି ନିଖୋଜ ଥିବା ପୁଅକୁ ଫେରି ପାଇବା ପରେ ସେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ।

ପୁଅ ସୁଦର୍ଶନ କେମିତି କେଜାଣି ଚାଲି ଆସିଥିଲେ ପାରାଦୀପ । ମାନସିକ ସ୍ଥିତି ହରାଇଥିବାରୁ ନିଜର ପରିଚୟ ମଧ୍ୟ ଦେଇପାରୁ ନଥିଲେ । ରାସ୍ତାରେ ବୁଲୁଥିବା ସମୟରେ ପାରାଦୀପରେ ରହୁଥିବା ଜଳଧର ପାଇକରାୟ ନାମକ ଜଣେ ଗାଡି ଡ୍ରାଇଭର ଏଭଳି ଦିବ୍ୟାଙ୍ଗମାନଙ୍କୁ ସଫାସୁତରା କରିବା ସହ ସେମାନଙ୍କ ସେବା ସୁଶ୍ରୁଷା କରୁଥିଲେ ।

ଜଳଧରଙ୍କ ଏହି ସେବା ସମ୍ପର୍କିତ ଖବର ଗତ ସପ୍ତାହରେ ଗଣମାଧ୍ୟମରେ ପ୍ରସାରଣ ହୋଇଥିଲା। ସୁଦର୍ଶନଙ୍କ ପରିବାର ଲୋକ ଗଣମାଧ୍ୟମର ଏହି କାର୍ଯ୍ୟକ୍ରମରେ ପୁଅକୁ ଦେଖିଥିଲେ । ତାପରେ ବାପା ପୁଅକୁ ଆଣିବା ପାଇଁ ପାରାଦୀପରେ ପହଞ୍ଚି ଥିଲେ । ପୁଅକୁ ଦେଖି ବିଭୋର ହୋଇଯାଇଥିଲେ ବାପା ଜୟୀ ସ୍ୱାଇଁ। ପାଖରେ ବସାଇ ଖୁଆଇଥିଲେ। ଜଳଧର ଏବଂ ସ୍ଥାନୀୟ ପୋଲିସଙ୍କ ସହାୟତାରେ ପୁଅ ସୁଦର୍ଶନଙ୍କୁ ଘରକୁ ନେଇ ଆସିଥିଲେ ।

Comments are closed.