Odisha Link
Bridging the Missing Links in Odisha

କପି ପାଇଁ କୁରୁକ୍ଷେତ୍ର

କାମାକ୍ଷାନଗର: କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ପୁଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି। ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ବିରୋଧ କରିଥିଲା। ଫଳରେ ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ। ଫଳରେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ସେହିପରି ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତ୍ତେଜନା ଦେଖାଦେଇଛି। ଛାତ୍ରଛାତ୍ରୀଙ୍କୁ କପି ଦେବାକୁ ଯାଇଥିବା ଅଭିଭାବକ ପୁଲିସ ମାଡ଼ରେ ଆହତ ହୋଇଛନ୍ତି। ଆହତ ଅଭିଭାବକଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତି କରାଯାଇଛି।
ସେପଟେ ପାଟଣାଗଡ ମନେଇପାଦ ପରୀକ୍ଷା କେନ୍ଦ୍ରରେ କପିକୁ ନେଇ ଉତେଜନା ବେଳେ ସାମ୍ବାଦିକଙ୍କୁ ଆକ୍ରମଣ। ପରୀକ୍ଷା କେନ୍ଦ୍ରରେ କପି ଯୋଗାଇଦେବାକୁ ଶିକ୍ଷକ ଛାତଛାତ୍ରୀଙ୍କ ଠାରୁ ପଇସା ନେଇଥିଲେ। କିନ୍ତୁ ସିସିଟିଭି ଲାଗିଥିବାରୁ ଶିକ୍ଷକ ଜଣକ କପି ଯୋଗାଇପାରିନଥିଲେ। ଫଳରେ ସ୍କୁଲରେ ଅଭିଭାବକ ମାନେ ପହଚିଂ ପାଟିତୁଣ୍ଡ କରିଥିଲେ। ଏବଂ ଏହି ସମୟରେ ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକଙ୍କୁ ଶିକ୍ଷକ ଜଣକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପାଟଣାଗଡ ଥାନାରେ ସାମ୍ବାଦିକ ଜଣକ ଏତଲା ଦେବେ ପରେ ସଂପୃକ୍ତ ଶିକ୍ଷକଙ୍କୁ ଥାନାରେ ଅଟକ ରଖାଯାଇଛି।

Comments are closed.